୩୧/୧/୨୦ (ସନ୍ଧାନ ନିଉଜ) : କେବଳ ହୁବେଇରେ ୪୩ ଜଣଙ୍କର ମୃତ୍ୟୁ
ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି କି କରୋନା ଭୁତାଣୁ ପ୍ରକୋପର କେନ୍ଦ୍ର କୁହାଯାଉଥିବା ହୁବେଇରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ସଂଖ୍ୟା ୨୧୩ ପହଁଚିଛି। ଏମାନଙ୍କ ମଧ୍ୟରେ ଅଧିକତମ ବୃଦ୍ଧ ଲୋକ ସାମିଲ ଅଛନ୍ତି। ଏହା ସହିତ ସେ କହିଛନ୍ତି କି ୧,୯୮୨ ନୂଆ ମାମଲାର ପୁଷ୍ଟି ହୋଇଛି ଏହାଫଳରେ ସର୍ବମୋଟ ସଂଖ୍ୟା ୯,୬୯୨ ହୋଇଛି।
ଭାରତ, ବ୍ରିଟେନ, ଆମେରିକା, ଦକ୍ଷିଣ କୋରିଆ, ଜାପାନ ଏବଂ ଫ୍ରାନ୍ସ ସମେତ ପ୍ରାୟତଃ ୨୦ଟି ଦେଶରେ ଚୀନରୁ ଆସୁଥିବା ଯାତ୍ରୀମାନଙ୍କର ଭୁତାଣୁ ପୁଷ୍ଟି ହୋଇଛି। ଗୁରୁବାରଦିନ ଜେନେଭାରେ ଜରୁରୀକାଳୀନ ବୈଠକ ଡକାଇ ଡବ୍ଲ୍ୟୂଏଚଓ ଏହି ପ୍ରକୋପକୁ ଗ୍ଲୋବାଲ୍ ଏମରଜେନ୍ସି ଘୋଷଣା କରିଛନ୍ତି। ଏହି ଦୁର୍ଲଭ ସ୍ଥିତି ଯେଉଁଥିରେ ଏହି ରୋଗରୁ ମୁକ୍ତ ହେବା ପାଇଁ ଅଧିକ ଅନ୍ତରାଷ୍ଟ୍ରୀୟ ସମନ୍ବୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି।
ଦୁର୍ବଳ ସ୍ୱାସ୍ଥ୍ୟ ସେବା ଥିବା ଦେଶଗୁଡ଼ିକ ପାଇଁ WHO ଚିନ୍ତା ପ୍ରକଟ କରିଛନ୍ତି। WHO ଚୀନର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଡବ୍ଲ୍ୟୂଏଚଓ ବିଶେଷଜ୍ଞ ନିକଟରେ ୱୁହାନ ଗସ୍ତ କରିଛନ୍ତି। କେତେକ ଏୟାରଲାଇନ୍ସ ଚୀନକୁ ବିମାନଯାତ୍ରା କରିବାକୁ କମ କରିଛନ୍ତି କାରଣ ଚୀନ ବର୍ତ୍ତମାନ ଘାତକ କରୋନା ଭାଇରସର ସଂପ୍ରସାରଣକୁ ରୋକିବା ପାଇଁ ସଂଘର୍ଷ କରୁଛି। ଚୀନ ଶୁକ୍ରବାରଦିନ ଘୋଷଣା କରିଛିକି କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୁବେଈ ପ୍ରାନ୍ତର ନିବାସୀମାନଙ୍କୁ ବିଦେଶରୁ ଘରକୁ ଆଣିବା ପାଇଁ ଚାର୍ଟର ବିମାନ ପଠାଇବ।
ଭାରତ, ୱୁହାନରୁ ଭାରତୀୟ ନାଗରିକମାନଙ୍କୁ ଆଣିବା ପାଇଁ ଶୁକ୍ରବାରଦିନ ଏୟାର ଇଣ୍ଡିଆର ୪୨୩ ସିଟ୍ ଥିବା ବିଶାଳ ବି ୭୪୭ ବିମାନ ସେଠାକୁ ପଠାଇଛି। ସରକାର ଚୀନର ହୁବେଈରେ ରହୁଥିବା ୬୦୦ ଭାରତୀୟଙ୍କୁ ଭାରତ ଆଣିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି।
ITBP ଦକ୍ଷିଣ ଦିଲ୍ଲୀରେ ୬୦୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛି
ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ସୁରକ୍ଷା ବଳ ଆଇଟିବିପି କରୋନା ଭାଇରସ୍ ରେ ପ୍ରଭାବିତ ସଂଦିଗ୍ଧ ଲୋକମାନଙ୍କୁ ପ୍ରଥମିକ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଦିଲ୍ଲୀରେ ୬୦୦ ଶଯ୍ୟା ଥିବା ଏକ ପୃଥକ କେନ୍ଦ୍ର ପ୍ରସ୍ତୁତ କରିଛି। ଆଇଟିବିପିର ପ୍ରବକ୍ତା ବିବେକ କୁମାର ପାଣ୍ଡେ କହିଛନ୍ତି କି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଛାୱଲା ନାମକ ସ୍ଥାନରେ ଭାରତ ତିବ୍ବତ ସୀମା ପୁଲିସ (ଆଇଟିବିପି) କ୍ୟାମ୍ପରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ବ୍ୟତୀତ ସେନା ମଧ୍ୟ ମାନେସର (ହରିଆଣା) ରେ ଏହିପରି ଏକ କେନ୍ଦ୍ରର ବ୍ୟବସ୍ଥା କରିଛି।