ଗ୍ଲାସଗୋ,୦୨/୧୦ (ସନ୍ଧାନ ନିଉଜ): ଗ୍ଲାସଗୋରେ ଆୟୋଜିତ ’ୱାର୍ଲ୍ଡ ଲିଡର ସମ୍ମିଟ ଅଫ କୋପ-୨୬’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପକ୍ଷ ବିଶ୍ବ ସାମ୍ନାରେ ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ଏହି ଅନ୍ତର୍ଜାତୀୟ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ପଂଚାମୃତକୁ ଉପସ୍ଥାପନ କରିଛନ୍ତି। ଜଳବାୟ ସହ ଲଢ଼େଇ କରିବାକୁ ହେଲେ ପଂଚାମୃତ ଫର୍ମୁଲାକୁ ବ୍ୟବହାର କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ କହିଛନ୍ତି ଯେ, ଆଜି ମୁଁ ଆପଣଙ୍କ ଗହଣରେ ଏହି ଭୂମିରୁ ପ୍ରତିନିଧିତ୍ବ କରୁଛି, ଯେଉଁ ମାଟିରେ ହଜାର ହଜାର ବର୍ଷ ପୂର୍ବରୁ ଏହି ମନ୍ତ୍ର ଦିଆଯାଉଥିଲା। ’ସଂଗଛଧ୍ବଂ ସଂ ୱେ ମନାଂସି ଜାନତାମ୍’ ଆଜି ଏକବିଂଶ ଶତାଦ୍ଦୀରେ ଏହି ମନ୍ତ୍ର ମଧ୍ୟ ପ୍ରାସଙ୍ଗିକ ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଆପଣଙ୍କ ସାମ୍ନାରେ ଏକ ୱାନ ୱାର୍ଡ ମୁଭମେଣ୍ଟ ପ୍ରସ୍ତାବ ରଖୁଛି। ଏହି ୱାନ ୱାର୍ଡ ଏକ ଶବ୍ଦ, ଜଳବାୟୁ ପରିବର୍ତ୍ତନ ସଂଦର୍ଭରେ ୱାନ ୱାର୍ଡ ଏକ ବିଶ୍ବର ମୂଳ ଆଧାର ହୋଇପାରିବ। ଅଧିଷ୍ଠାନ ହୋଇପାରିବ। ଏହି ଏକ ଶବ୍ଦ ଲାଇଫ୍, ଏଲ, ଆଇ, ଏଫ୍, ଇ ଅର୍ଥାତ ଲାଇଫ୍ଷ୍ଟାଇଲ ଫର ଏନଭରମେଣ୍ଟ। ଜଳବାୟୁ ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବ ଚିନ୍ତା କରୁଥିବା ବେଳେ ଭାରତ ପକ୍ଷରୁ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ପାଞ୍ଚ ଅମୃତ ତତ୍ତ୍ବ ରଖିବାକୁ ଚାହିଁବି।