ବାଲେଶ୍ବର/ଚାନ୍ଦିପୁର,୬/୯(ସନ୍ଧାନ ନିଉଜ): ବଡ଼କିଆ ସଂସ୍କୃତ ମହାବିଦ୍ୟାଳୟରେ କଳାକନା ବୁଲାଇବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ୟଦେବକ ଅଞ୍ଚଳର ବାପୁନ ସିଂ(୧୮), ବାପି ମୁର୍ମୁ ଓରଫ ପୁଡୁ(୨୦), ପିଣ୍ଟୁ ସିଂ ଓରଫ ପୁଣ୍ଟିଆ(୨୧) ଏବଂ ରବୀନ୍ଦ୍ର ମୂମୁଁ ଓରଫ ରବି(୨୫) । ପୁଲିସ ସେମାନଙ୍କ ଠାରୁ ସ୍କାନର, କମ୍ପ୍ୟୁଟର, ପ୍ରିଣ୍ଟର, ଇନ୍ଭର୍ଟର ବ୍ୟାଟେରି, ଡିଭିଆର ଆଦି ସମସ୍ତ ଜିନିଷ ଜବତ କରିଛି। ମୋବାଇଲ ଟ୍ରାକିଂରୁ ସେମାନଙ୍କ ସ୍ଥିତି ବିଷୟରେ ପୁଲିସ ଜାଣିବାକୁ ପାଇଥିଲା । ଯେ ରାତି ଗୋଟାଏ ସମୟରେ ଅଭିଯୁକ୍ତଙ୍କ ମୋବାଇଲ୍ ଲୋକେସନ୍ କଲେଜ୍ ଅଞ୍ଚଳରେ ଥିବା ଦର୍ଶାଇଥିଲା। ଏହାପରେ ଅପରେସନ୍ ଆରମ୍ଭ ହୋଇଥିଲା।ଏକ ଅ ଜ ଣ ନ ମୁଁ ର ରୁ ଖୋଦ୍ ଆଇଆଇସି ପ୍ରଭୁକଲ ୩ ଜଣ ଆବଏଁ ସେମାନଙ୍କୁ ମେସେଜ କରିଥିଲେ ସ୍କାନର ଷଷ୍ଠ ପ୍ରିଣ୍ଡର ଜବତ ଜିନିଷ କିଣିବା ପାଇଁ ମୂଲଚାଲ ସଂସ୍କୃତ କଲେଜରୁ ଚାରି ଘଟଣା ସ୍ଥିର ପରେ ଜିନିଷ ଗୁଡ଼ିକର ଫଟୋ ପଠାଇବା ପାଇଁ ଆଇଆଇସି କହିଥିଲେ ସମସ୍ତ ଜିନିଷ ସେମାନଙ୍କ ପାଖରେ ଥିବା ଜଣାପଡ଼ିବା ପରେ ଆଇଆଇସି ଜିନିଷ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆଣିବାକୁ କହିଥିଲେ। ଆଜି ସେମାନେ ଜିନିଷ ଧରି ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ଟିମ୍ ସେମାନଙ୍କୁ କାବୁ କରିଥିଲା । ପ୍ରକାଶ ଥାଉ କି, ଗତ ୩୧ ତାରିଖ ରାତି ପ୍ରାୟ ୧ଟା ସମୟରେ ଅଭିଯୁକ୍ତମାନେ କଲେଜରରେ ପହଞ୍ଚି ପ୍ରଥମେ ସିସିଟିଭି କ୍ୟାମେରା ଭାଙ୍ଗିଥିଲେ। ଏହାପରେ ଗ୍ରିଲ୍ ତାଢ଼ି କଲେଜରେ କଳାକନା ବୁଲାଇଥିଲେ । ପ୍ରମାଣ ନଷ୍ଟ ପାଇଁ ସେମାନେ ଡିଭିଆରକୁ ନେଇଯାଇଛନ୍ତି ।
ଗ୍ରାହକ ସାଜି ମାଡ଼ିବସିଲା ପୁଲିସ ଫସିଗଲେ ୪ ଲୁଟେରା
|
September 6, 2020 |
