ଯାଜପୁର, ୨୮/୧୧ (ସନ୍ଧାନ ନିୟୁଜ/ଇତିଶ୍ରୀ ଦାସ) : ଯାଜପୁର ଜିଲ୍ଲା ବିଭିନ୍ନ ଦୁର୍ନିତରେ ଉବୁଟୁବ ହେଉଥିବା ବେଳେ ଏବେ ନିଯୁକ୍ତିକୁ ଅର୍ଥ ରୋଜଗାରର ମାଧ୍ୟମ କରିଛନ୍ତି ଉଚ୍ଚ ଅଧିକାରୀ ମାନେ । ଏହି ଜିଲ୍ଲାର ଖଣିଜ ସମ୍ପଦ ଏବଂ ବିଭିନ୍ନ ସରକାରୀ ଅର୍ଥ ହଡପ ପରେ ଏବେ ନିଯୁକ୍ତିରେ ମଧ୍ୟ ଅନୀୟମିତତା ଆରମ୍ଭ କରି କର୍ମଚାରୀ ନିଯୁକ୍ତି ଚାଲିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ସହିତ ଏହାର ସତ୍ୟାତା ଏବେ ପଦାକୁ ଅସିଛି । ୨୦୧୩ମସିହାରେ ଜିଲ୍ଳା ସ୍ତରରେ ଖାଲିପଡିଥିବା ଗ୍ରାମ ସେବକ (ଭିଏଲଡବ୍ଲୁ) ପଦବୀ ପୂରଣ ପାଇଁ ରାଜ୍ୟ ସରକାର ୩୦ପ୍ରତିଶତ ଗ୍ରାମ ରୋଜଗାର ସେବକ ମାନଙ୍କୁ ଗ୍ରାମ ସେବକରେ ପଦନ୍ନତି କରିବାକୁ କହିବା ସହିତ ଏଥିପାଇଁ ଏକ ଡ୍ରାପ୍ଟ ଲିଷ୍ଟ ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା । ପତ୍ର ସଂଖ୍ୟା ୧୧୫୩୦ ତା ୨୪/୩/୨୦୧୩ରେ କରାଯାଇଥିବା ପତ୍ରରେ ୩୧.୫.୨୦୧୩ରେ ଚୁଡାନ୍ତ ତାଲିକା କରିବାକୁ ନିଦେ୍ର୍ଦଶ ରହିଥିଲା । ଏଥିପାଇଁ ବ୍ଲକ ସ୍ତରରୁ ଗ୍ରାମରୋଜଗାର ସେବକ ମାନଙ୍କ ନାମକୁ ଏକ ଡ୍ରାପ୍ଟ ଲିଷ୍ଟ ୩୧/୩/୨୦୧୩ରେ ପ୍ରକାଶ କରି ୫/୬/୨୦୧୩ ସୁଧା ଅଭିଯୋଗ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିଜର ପତ୍ର ସଂଖ୍ୟା ୨୩୩୨ ତା ୨୯/୫/୨୦୧୩ରେ ଜାରି କରିଥିଲା । ଏଥିରେ ଅଭିଯୋଗ ଦାଖଲ କରିବାର ଶେଷ ତାରିଖ ପରେ ଆଉ ଅଭିଯୋଗ ନହୋଇ ତାହା ଚୁଡାନ୍ତ ବୋଲି କହୁଯାଇଥିଲା । ହେଲେ ଜିଲ୍ଲା ପ୍ର୍ରଶାସନରେ କେତେକ ଅସାଧୁ କର୍ମଚାରୀ ଏବଂ ଅଧିକାରୀ ମାନେ ଏହାକୁ ଅଣଦେଖା କରି ଗୋଟିଏ ଲିଷ୍ଟ ୫ବର୍ଷ ୪ମାସରେ ପୂରଣ କରିଥିବା ଗ୍ରାମରୋଜଗାର ସେବକଙ୍କ ବାହାର କରିଥିବା ବେଳେ ପୁଣି ଗୋଟିଏ ୬ବର୍ଷ ଏବଂ ଅନ୍ୟ ଗୋଟିଏ ୧୦ବର୍ଷ ପରେ ଏଭଳି ଭାବେ ନିଜ ମନମୁତାବକ ତାଲିକ କରି ସେଥିରୁ ସିନିୟର ଥିବା ଗ୍ରାମରୋଜଗାର ସେବକକୁ ଜୁନିୟର ଏବଂ ଜୁନିୟର ମାନଙ୍କୁ ସିନିୟର କରି ତାଙ୍କୁ ଗ୍ରାମ ସେବକ ପଦବୀକୁ ନିଯୁକ୍ତ କରିଦେଉଛି । ଯଦି କେହି ଗ୍ରାମ ରୋଜଗାର ସେବକ ଏହାର ପ୍ରତିବାଦ କରୁଛି ତାକୁ ବିଭନ୍ନ ମାନସିକ ନିର୍ଯାତନା ଦେବାରେ ପଂଚଘୁଂଚା ଦେଉନାହିଁ । ଏପରିକି ନିକଟରେ ପତ୍ର ସଂଖ୍ୟା ୬୧୬୯ ତା ୨୨/୧୧/୨୦୧୮ରେ ୧୭ଜଣଙ୍କୁ ନିଯୁକ୍ତ କରିବାକୁ ନିଦେ୍ର୍ଧଶନାମା ଜାରି କରିଛି । ତେବେ ଏହା ବେଆଇନ୍ ଭାବେ ପ୍ରସ୍ତୁତ କରାଯାଇ ନିଯୁକ୍ତ କରାଯାଇଛି ବୋଲି ଜିଲ୍ଳାର ବହୁ ଗ୍ରାମ ରୋଜଗାର ସେବକ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ନେଇ କେତକ ଗ୍ରାମ ରୋଜଗାର ସେବକ ଏବଂ ସେବିକା ଜିଲ୍ଳାପାଳ ଏବଂ ପିଡି ଡିଆଡିଏଙ୍କୁ ପତ୍ର ଲେଖି ସଠିକ୍ ନିଯୁକ୍ତ ଦେବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲା ସଂଘ ପକ୍ଷରୁ ମଧ୍ୟ ଏଭଳି ବେଆନ୍ ନିଯୁକ୍ତିକୁ ବିରୁଧରେ ଅଭିଯୋଗ କରାଯାଇଛି । ଏହା ଉପର ପୁର୍ନବିଚାର କରି ଉପଯୁକ୍ତ ନିୟମ ଆଧାରରେ ଗ୍ରାମ ସେବକ ନିଯୁକ୍ତ ଦିଆଯାଉ ବୋଲି ସଂଘ ପକ୍ଷରୁ କୁହାଯାଇଛି । ନଚେତ ଆନେ୍ଦାଳନକୁ ଓଲ୍ଲାଇବାକୁ ସଂଘ ନିଷ୍ପତି ନେବା ସହିତ କେତକ ଅଦାଲତାର ଆଶ୍ରୟ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଗ୍ରାମ ସେବକ ନିଯୁକ୍ତିରେ ବ୍ୟପକ ଅନୀୟମିତତା, ବ୍ୟପକ ଅର୍ଥ କାରାବର ଅଭିଯୋଗ
|
November 29, 2018 |