ଗ୍ରାମ ପଞ୍ଚାୟତ କ୍ଷମତାକୁ ପ୍ରତିହତ କରୁଛନ୍ତି ବ୍ଲକ ପ୍ରଶାସନ

Spread the love

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଯନା ସହ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତର ପ୍ରମୂଖ ଭୂମିକା ରହିଥାଏ। ପଞ୍ଚାୟତ ନିର୍ବାଚନ ପରେ ଶାସକ ଦଳର ବିରୋଧୀ ସରପଞ୍ଚ ମାନଙ୍କ ପ୍ରତି ବ୍ଲକ ପ୍ରଶାସନ ଅସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ ଅଞୁଲତା ସ୍ବାଇଁ ବ୍ଲକ ପ୍ରଶାସନ ଅସହଯୋଗ କାରଣରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ ଆଣିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ବିଭିନ୍ନ ସମସ୍ୟା ସଂମ୍ପର୍କ ରେ ଆଲୋଚନା କରାଯାଇଥିଲା। ଉଦ୍ଦେଶ୍ଯ ମୂଳକ ଭାବେ ପଂଚାୟତ ନିଲାମ ବନ୍ଦ କରିବା କଲ୍ୟାଣ ମଣ୍ଡପ ବ୍ଲକ ଅଧିନକୁ ହସ୍ତାନ୍ତର କରିବା ଫଳରେ ବ୍ୟାପକ ରାଜସ୍ବ ହାନି ହୋଇଅଛି। କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ ଓ ଅନୁପସ୍ଥିତ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନାହିଁ ।ସରପଞ୍ଚଙ୍କୁ ଅବଗତ ନକରି ପଂଚାୟତ କାର୍ଯ୍ୟାଳୟରୁ କୋଭିଡ ସାମଗ୍ରି ସହ ପଞ୍ଚାୟତ ଅର୍ଥରୁ କ୍ରୟ କରାଯାଇଥିବା କେତେକ ସାମଗ୍ରି ପିଇଓ ସନ୍ଧ୍ୟାରାଣୀ ମଲିକ ନେଇଯାଇଥିବା ଅଭିଯୋଗ ହୋଇଅଛି। ପୂର୍ବରୁ କେଉଁ ଆଧାରରେ ଆଠ ଲକ୍ଷ୍ଯରୁ ଉର୍ଦ୍ଧ ଟଙ୍କାର ବିଦ୍ୟୁତ ବିଲ ପୈଠ କରା ଯାଇନଥିଲା। ଯାହା ଫଳରେ ଦୁଇଟି ପାଣି ପମ୍ପ ହାଉସରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା ଏହା ଫଳରେ ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହା ଜାଣିବା ପରେ ପଞ୍ଚାୟତ ପକ୍ଷରୁ ଦୁଇଲକ୍ଷ ଟଙ୍କା ପୈଠ କରିବା ପରେ ପାନୀୟଜଳ ଯୋଗାଣ ହୋଇଥିଲା ।ସେ ସଂମ୍ପର୍କରେ ବିଡିଓ ଅବଗତ ଅଛନ୍ତି ନା ନାହିଁ କାହା ପ୍ରରୋଚନାରେ ବିଦ୍ୟୁତ ବିଲ ପୈଠ ପାଇଁ ପିଇଓଙ୍କୁ ବିଲ ଦେବାକୁ ମନା କରୁଛ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା। ବିଦ୍ୟୁତ ବିଲ ପୈଠ ପାଇଁ ସରପଞ୍ଚଙ୍କୁ ଅବଗତ ନକରି ଏଭଳି ନୋଟିସ କରିବା ନିନ୍ଦନୀୟ ଘଟଣା ବୋଲି ଉପସ୍ଥିତ ବରିଷ୍ଠ ନାଗରିକ ମାନେ ମତବ୍ୟକ୍ତ କରିଥିଲେ। ପଞ୍ଚାୟତ ଦାୟୀତ୍ବ ଗ୍ରହଣ ପରେ ପ୍ରତ୍ୟେକ କ୍ଷେତ୍ରରେ ବ୍ଲକ ପ୍ରଶାସନ ଓ ଦାୟୀତ୍ବରେ ଥିବା କର୍ମଚାରୀମାନେ ଅସହଯୋଗ କରିବା ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନାହିଁ ।ବ୍ଲକ ପ୍ରଶାସନର ଯଦି ଏଭଳି ଆଭିମୁଖ୍ଯ ଜାରି ରହିବ ଆଗାମି ଦିନରେ ବରିଷ୍ଠ ନାଗରିକମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ଯ ହେବେ। ଏଥି ସହ ବ୍ଲକ କାର୍ଯ୍ୟାଳୟରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ କାର୍ଯ୍ଯପନ୍ଥା ଗ୍ରହଣ କରି ଅଚଳା ଅବସ୍ଥା ଷୃଷ୍ଟି କରିବେ ଏଥି ପାଇଁ ପ୍ରସାସନ ଉତ୍ତର ଦାୟୀ ରହିବ ବୋଲି ବୁଦ୍ଧିଜିବୀ , ବରିଷ୍ଠ ନାଗରିକ ଓ କେତେକ ପୂର୍ବତନ ପଂଚାୟତ ପ୍ରତିନିଧି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ଯକ୍ରମକୁ ପ୍ରମୋଦ ଜେନା ସଞ୍ଚାଳନ କରିଥିଲା ବେଳେ ପୂର୍ବତନ ସରପଞ୍ଚ ଅକ୍ଷୟ ସ୍ବାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଯଚିନ୍ଦ୍ର ଜେନା,ଅଜୟ ଜେନା,କୁଳମଣୀ ନାୟକ, ଲୋକନାଥ ସେନାପତି,ଉମେଶ ଜେନା,ପ୍ରଦିପ ଜେନା,ପ୍ରସନ୍ନ ମହାଲା, ମାନଗୋବିନ୍ଦ ସେନାପତି,ବଟକୃଷ୍ଣ ଜେନା,ସନ୍ତୋଷ କୁମାର ରାଉତ,ରବିନ୍ଦ୍ର ରାଉତ,ନାରାୟଣ ମହାଲା,ବାଉରୀବନ୍ଧୁ ସାହୁ,ରାଜକିଶୋର ସ୍ବାଇଁ,ଯୋଗେନ୍ଦ୍ର ନାୟକ ଓ ୱାର୍ଡ ସଭ୍ଯ/ ସଭ୍ଯା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ନାଏବ ସରପଞ୍ଚ ସୁଜିତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment