କଟକ, ୨୧/୧୨/୨୦୨୦ (ସନ୍ଧାନ ନିଉଜ) ବିବେକାନନ୍ଦ ଯୁବ ସଂସଦ ତରଫରୁ ଆୟୋଜିତ ୨୭ ତମ ଇ-ପାଠ୍ୟଚକ୍ରରେ ତା. ୨୦.୧୨.୨୦୨୦ ଅପରାହ୍ନ ୩.୦୦-୪.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଅଛି, ଯାହାର ଶୀର୍ଷକ ଥିଲା “ଆଧୁନିକ ଓଡିଶାର ଯାତ୍ରା : ସଫଳତା ଏବଂ ବିଫଳତା”। ଯେଉଁଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ, ପ୍ରଫେସର୍ ବିଜୟ କୁମାର ବୋହିଦାର ଏବଂ ପୌରହିତ୍ୟ କରିଥିଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଅର୍ଥନୀତି ବିଭାଗର ପ୍ରଫେସର୍ ସୁଧାକର ପାତ୍ର । ପ୍ରଫେସର ପାତ୍ର ନିଜ ଅଭିଭାଷଣରେ ସ୍ୱାଧିନତ୍ତୋର ଓଡିଶା ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିବୃଦ୍ଧିର ର ବିଷ୍ଳେଷଣ କରି ରାଜ୍ୟ ମୋଟ ଘରୋଇ ଉତ୍ପାଦ,ମୁଣ୍ତ ପିଛା ଆୟ,ମୁଦ୍ରାସ୍ଫୀତି, ବେକାରୀ ହାର ଆଦି ଜାତୀୟ ଅର୍ଥନୀତି ସହ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଭବିଷ୍ୟତର ସମ୍ଭାବନା ତଥା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ପ୍ରଫେସର ବିଜୟ ବୋହିଦାର ଓଡିଶାର ରାଜନୈତିକ ତଥା ସାମାଜିକ ଗତିଶୀଳତାର ସମାଲୋଚନା ପୂର୍ବକ ବିଷ୍ଳେଷଣ କରିଥିଲେ ।
।ଉଭୟେ ନିଜ ଅଭିଭାଷଣ ଦ୍ୱାରା ଉପସ୍ଥିତ ଯୁବ ପିଢିଙ୍କୁ ଉଦ୍ ବୁଦ୍ଧ କରିବା ସହ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାରେ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ପୁରୀ ଜିଲ୍ଲା ସଂଯୋଜିକା ତଥା ଅଧ୍ୟାପିକା ସୁଶ୍ରୀ ଶୀଳ୍ପିକା ମହାରଣା । ପ୍ରାରମ୍ଭରେ ସ୍ୱାତୀ ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ସୁଶ୍ରୀ ଲୋପାମୁଦ୍ରା ସ୍ୱାଇଁ ବିବେକବାଣୀ ପରିବେଷଣ କରିଥିଲେ ।ଯୁବସଂସଦ ପରିଚାଳନା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିବେକାନନ୍ଦ ଯୁବ ସଂସଦର ପଶ୍ଚିମ ସମ୍ଭାଗର ସଂଯୋଜକ ତଥା ଅଧ୍ୟାପକ ଡ. ଅରୋ କୁମାର ସାହୁ । ସଭାଶେଷରେ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।