ଗ୍ରାମୀଣ ଆବାସରେ ୧୦୦ କୋଟି ଦୁର୍ନୀତି ଘଟଣା: ଯାଞ୍ଚ କଲେ କେନ୍ଦ୍ରୀୟ ଟିମ୍‌ର

Spread the love

ଯାଜପୁର, ୨୬/୧୦ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ବି˚ଝାରପୁର ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ଟିମ୍ ଆଜି ବିଂଝାରପୁରରେ ପହଞ୍ଚିଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଚନ୍ଦ୍ରଶେଖର ମିଶ୍ରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ବିଂଝାରପୁରର ବିଭିନ୍ନ ପଞ୍ଚାୟତକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ବେଳେ କେତେକ ଠୋସ୍ ପ୍ରମାଣ କେନ୍ଦ୍ରୀୟ ଟିମ୍ ହାତରେ ଲାଗିବା ସହ ବ୍ଲକର କେତେକ ଗଫଲତି ଧରାପଡ଼ିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

ଉ‌େଲ୍ଲଖଥାଉକି ବିଂଝାରପୁର ବ୍ଲକରେ ୧୯୮୫ ମସିହାଠାରୁ ୨୦୧୮ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପ୍ରାୟ ୨୫ ହଜାର ଗ୍ରାମୀଣ ଆବାସ ‌ବଣ୍ଟନ କରାଯାଇଥିବା ବେଳେ ସେଥିରୁ ୭୦ ପ୍ରତିଶତ ଘର ହଡ଼ପ ହୋଇଥିବା ନେଇ ତଥ୍ୟ ଭିତ୍ତିକ ଖବର ‘ସମ୍ବାଦ’ରେ ‌େଫବ୍ରୁଆରି ୬ ତାରିଖରେ ପ୍ରକାଶ ପାଇଥିଲା। କେତେକ ହିତାଧିକାରୀ ଜାଲିଆତି କରି ଘର ହାତେଇଥିବା ବେଳେ ଆଉ କେତେକ ଥିଲାବାଲାଙ୍କୁ ଘର ଯୋଗାଇ ଦିଆଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ସେକ୍ ଇସ୍ରାଇଲ ୨୦୧୫ରେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇଥିଲେ। ସରାଫତ ଅଲ୍ଲି ୨୦୧୨-୧୩ରେ ଇନ୍ଦିରା ଆବାସଏବଂ ୨୦୧୭-୨୦୧୮ରେ ପ୍ରଧାନମନ୍ତ୍ରୀ ଆବାସ, ସେକ୍ ଫକୀର ମହମ୍ମଦ ୨୦୧୫-୧୬ରେ ପ୍ରଧାନମନ୍ତ୍ରୀ ଆବାସ ଓ ୨୦୧୭-୧୮ରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇଥିଲେ। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ତଦନ୍ତ ପାଇଁ ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Related Posts

About The Author

Add Comment