ଚାନ୍ଦବାଲି, ୧୭/୫/୨୦୨୧(ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) : ଦିନକୁ ଦିନ ମହାମାରୀ କରୋନା ଗ୍ରାମାଞ୍ଚଳ ମାନଙ୍କରେ କାୟା ବିସ୍ତାର କରିବାରେ ସକ୍ଷମ ହେବାରେ ଲାଗିଛି। କିନ୍ତୁ କୁମ୍ବିର ନେଇ ମଝି ନଦୀରେ କଲାଭଳି ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ମାନଙ୍କର କୌଣସି ଚେତା ପଶୁନି। ସରକାର ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଗଣମାଧ୍ୟମ ଗୁଡିକରେ ସଚେତନ ର ବାର୍ତ୍ତା ଦେଉଥିବା ବେଳେ ଗ୍ରାମାଞ୍ଚଳ ଲୋକମାନଙ୍କୁ କୌଣସି ପ୍ରଭାବ ପଡୁ ନଥିବା ସ୍ପଷ୍ଟ ବାରିହେଉଛି। ସ୍ଥାନୀୟ ପ୍ରଶାସନ ମାନେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଥିବା ଜଣା ପଡୁଛି। ପ୍ରତିଦିନ ପ୍ରତି ଗାଁ ମାନଙ୍କୁ ରାଜ୍ୟ ତଥା ଜିଲ୍ଲା ବାହାରୁ ଦାଦନ ମାନେ ଫେରୁଥିବା ସମୟରେ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ନଥିବା ଜଣା ପଡୁଛି। ଏହା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି ବାହାରୁ ଫେରୁଥିବା ଦାଦନ ଶ୍ରମକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆହୁରି ମଧ୍ୟ ସରକାର ଙ୍କ ର ଲକ୍ ଡାଉନ୍ କୁ ଗ୍ରାମାଞ୍ଚଳ ମାନଙ୍କରେ ଫୁ କରି ଦେଉଛନ୍ତି। ଗ୍ରାମାଞ୍ଚଳ ମାନଙ୍କରେ ଥିବା ପଞ୍ଚାୟତ ଅଫିସ୍ ମାନଙ୍କ ସମ୍ମୁଖରେ ବିଭିନ୍ନ ସମୟର ଯଥା ରାସନ୍ ରାଉଳ , ଭତା ଓ ଅନ୍ୟ କୌଣସି କାରଣ ରୁ ଭିଡ଼ ଜମୁଥିଲେ ମଧ୍ୟ ଏହାକୁ କୌଣସି ପ୍ରଶାସନ ଦ୍ଵାରା ରୋକ୍ ଲଗାଯାଉ ନାହିଁ। ବହୁତ୍ ସ୍ଥାନରେ ମଧ୍ୟ ଗ୍ରାମାଞ୍ଚଳ ଯୁବକ ମାନଙ୍କ ର ଅଯଥା ଭିଡ ଜମାଇଥିବା ଦେଖିବାକୁ ମିଳୁଛି। ଯଥା ତାସ୍ ଖେଳ, ଗ୍ରାମାଞ୍ଚଳ ରେ ଗ୍ରାମ ସମସ୍ୟା ସଭା ମାନଙ୍କରେ ମଧ୍ୟ କିଛି କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଜଣାପଡିଛି। ଯଦି ଆସନ୍ତା ଭବିଷ୍ୟତ ସ୍ଥାନୀୟ ପ୍ରଶାସନ ଏଥିରେ ସଜାଗ ନହୁଏ ଏବଂ ଏଭଳି କୋଭିଡ଼ ନିୟମ କୁ ଫୁ କରିବାରେ ଲାଗିଲେ ଅଳ୍ପ ଦିନ ଭିତରେ ଗ୍ରାମାଞ୍ଚଳ ଗୁଡ଼ିକ ସହରାଞ୍ଚଳ ଠାରୁ ଆଗରେ ରହିବ।
ଗ୍ରାମାଞ୍ଚଳ ରେ କରୋନା ର କାୟା ବିସ୍ତାର
|
May 17, 2021 |


