ଗ୍ରାମାଞ୍ଚଳର ୨୦ ଲକ୍ଷ ପରିବାରକୁ ଦିଆଯିବ ପକ୍କାଘର

Spread the love

ଭୁବନେଶ୍ବର, ୫/୩/୨୦ (ସନ୍ଧାନ ନିଉଜ) : ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚାଘରେ ରହୁଥିବା ୨୦ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ପକ୍କାଘର ଯୋଗାଇଦିଆଯିବ। ପକ୍କାଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଗୁରୁବାରଠାରୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ଼ ବଣ୍ଟନ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଚଳିତମାସ ୩୧ ତାରିଖ ସୁଦ୍ଧା ୨୦ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫୦ଟି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବଣ୍ଟନ କରିବେ। ଯେଉଁ ବ୍ଲକରେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇ ନାହିଁ ସେଠାରେ ବିଧାୟକମାନେ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ। ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ କରିବେ। ତାଙ୍କ ଦରଖାସ୍ତକୁ ତଦନ୍ତ କରାଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।

Related Posts

About The Author

Add Comment