ସୁନ୍ଦରଗଡ ତା:୩୦/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସାରା ଦେଶରେ ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଲୋକଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହିବା,ଦୁର୍ନୀତି ବିଷୟରେ ସଚେତନ ହେବା ସହିତ ଦୁର୍ନୀତିଖୋର ଲୋକଙ୍କୁ ଦଣ୍ଡିତ କରି ତାକୁ ଲୋକଲୋଚନକୁ ଆଣିବା ବିଷୟରେ ସଚେତନ କରିବାପାଇଁ ପ୍ରୟାସ ଚାଲିଛି । ଏହି ପରିପେକ୍ଷିରେ ସଦରରେ ରାଲି ସହ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଜି ବାଲିସଙ୍କରା ବ୍ଲକ ଅନ୍ତର୍ଗତ ଲୁଲ୍କିଡ଼ିହି ପଞ୍ଚାୟତ ରେ ଦୁର୍ନୀତି ନିବାରଣ ସଚେତନ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନୈତିକ କାର୍ଯ୍ୟରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି ।ଲାଞ୍ଚ ନେବା ଓ ଦେବା ଉଭୟ ଅପରାଧ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ସଭାରେ ଦୁର୍ନୀତି ନିବାରଣ ଡିଏସପି ସୁଶାନ୍ତ କୁମାର ପୂଝାରି ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ ।
ଗ୍ରାମାଞ୍ଚଳରେ ଦୁର୍ନୀତି ନିବାରଣପାଇଁ ସଚେତନତା କାର୍ଯ୍ୟକ୍ରମ
|
October 30, 2021 |
