ସବଡେଗା, ୨୭/୨/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ର କୁରୁମକେଲ ଗ୍ରାମର ସେବାଶ୍ରମ ଆଶ୍ରମରେ ଅଞ୍ଚଳର ଗ୍ରାମବାସୀମାନଙ୍କୁ ବସ୍ତ୍ର ବଣ୍ଟନ କରିବା ସଙ୍ଗେ ସଙ୍ଗେ କମ୍ପୁଟର ଗୃହର ଉଦ୍ଘାଟନ କରାଯାଇଛି । ଏହି ଅଞ୍ଚଳର ଗରିବ ଦୁଇଶହ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି । ଏହା ସହିତ ସ୍କୂଲର ବିଦ୍ୟାଥୀ ମାନଙ୍କପାଇଁ କମ୍ପୁଟର ଗୃହ ନିର୍ମାଣ କରାଯାଇଛି । କୁରୁମକେଲ ସେବାଶ୍ରମର ମୁଖ୍ୟ ସଂଚାଳକ ଦେବବ୍ରତ ମହାରାଜ ତତ୍ୱବାଧାନରେ ଆତିଥିରୁପେ ଯୋଗଦେଇ ସ୍ୱାମୀ ବିଶ୍ୱକର୍ମା ନନ୍ଦ ମହାରାଜ ବିକାଶ ଦିଗରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଆଶ୍ରମରେ ମାଗଣା ଶିକ୍ଷାଦାନ,ଚିକିତ୍ସାର ସୁବିଧା ସଙ୍ଗେ ସଙ୍ଗେ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ଯଥାସାଧ୍ୟ କାର୍ଯ୍ୟରେ ନିଯୋଜିତ କରାଯାଉଛି । ଏସବୁ ସେବା କାର୍ଯ୍ୟ ଜାରି ରହିବ ବୋଲିଅନ୍ୟତମ ସମ୍ମାନାନୀୟ ଅତିଥି ଶ୍ରୀଯୁକ୍ତ କେଶବଚନ୍ଦ୍ର ନାଏକ ଓ ଆମେରିକାରୁ ଆସିଥିବା ଅନନ୍ତରାଜ ମହାରାଜ ନିଜ ନିଜର ମନ୍ତବ୍ୟଦେଇଥିଲେ । କାର୍ଯ୍ୟକ୍ରମଜୁ ହରିହର ସାହୁ ପରିଚାଳନା କରିଥିବାବେଳେ ଆଶ୍ରମର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ଗ୍ରାମବାସୀମାନଙ୍କୁ ବସ୍ତ୍ର ବଣ୍ଟନ କମ୍ପୁଟର ଗୃହର ଉଦ୍ଘାଟନ
|
March 27, 2021 |



