ଗୋ ମାଂସ ସହ ଯୁବକଙ୍କୁ କାବୁକଲେ ସ୍ଥାନୀୟ ଲୋକେ

Spread the love

ଜେନାପୁର,୨୬।୨(ଡିକେ ନ୍ୟୁଜ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଥାନା ଅଧୀନ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସର ଜିମା ଦେଇଛନ୍ତି। ସୂଚନାରୁ ପ୍ରକାଶ ନେଉଳପୁର ଅଞ୍ଚଳର ଜଣେ ବ୍ୟବସାୟୀ ଏକ ବ୍ୟାଗରେ ୧୫ କିଲୋରୁ ଅଧିକ ଗୋ ମାଂସକୁ ନେଇ ଯାଉଥିବାବେଳେ ସ୍ଥାନୀୟ ଲୋକେ ବ୍ୟବସାୟୀଙ୍କୁ କାବୁ କରି ନେଇଥିଲେ। ଖବରପାଇ ଘଟଣାସ୍ଥଳରେ ଲୋକେ ଜମା ହେବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବ୍ୟବସାୟୀଙ୍କୁ ଥାନାକୁ ନେଇଯାଇଛି। ତେବେ ଅନ୍ୟପକ୍ଷରେ ଏହି ଗାଁର କାଲା ଖାଁ ନାମକ ଜଣେ ବ୍ୟକ୍ତି ଗୋ ଚାଲାଣ ଏବଂ ଗୋରୁମାନଙ୍କୁ କାଟି ବିକ୍ରି କରୁଥିବା ନେଇ ଅନେକ ସମୟରେ ଅଭିଯୋଗ କରି ଥିଲେ ଏବଂ ଆଜିର ଘଟଣାରେ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀ ଜଣଙ୍କ ମଧ୍ୟ ସ୍ଥାନୀୟ କାଲା ଖାଁ ନିକଟରୁ ଗୋ ମାଂସ ନେଇ ବିକ୍ରି କରୁଥିବା କହିଥିଲେ। ଏହିଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଥିବା ବେଳେ ବଜରଙ୍ଗୀ ଦଳ ପକ୍ଷରୁ ବିରୋଧ କରାଯାଇଛି। ଏପରି ଅବାଧ୍ୟ ଗୋ ଚାଲାଣ ଗୋହତ୍ୟା କିପରି ଧର୍ମଶାଳା ଅଞ୍ଚଳରେ ବନ୍ଦ ହେବ ଏଥିପ୍ରତି ଜିଲ୍ଲା ପ୍ରଶାସନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି,,,

Related Posts

About The Author

Add Comment