ଯାଜପୁର, ୧୯/୩ (ସନ୍ଧାନ ନିଉଜ/ଜେ ରାଉତ) : ରସୁଲପୁର ବ୍ଲକ ସୀମାବର୍ତ୍ତି ଅଂଚଳରେ ଗୋ-ନବରାତ୍ର ମହାଯଜ୍ଞ ଆଜି ଉଦ୍ୟାପିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଜ୍ୟୋତି ନିକେତନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଯଜ୍ଞ ଗୋ-ନବରାତ୍ର ମହାଯଜ୍ଞରେ ଗୋ-ମହାତ୍ମ୍ୟ ଉପରେ ପ୍ରବଚନରେ ମଂଚ କମ୍ପିଉଠିଛି । ୯ଦିନ ବ୍ୟାପି ଅନୁଷ୍ଠିତ ମହାଯଜ୍ଞ ଉତ୍ସବ ସ୍ଥାନୀୟ ଅଂଚଳରେ ଧର୍ମୀୟ ପରିବେଶ ସୃଷ୍ଟି କରିପାରିଥିଲା । କାକୁଡିକୁଦ, ଝାଲପଡା, ନିଳକଣ୍ଠପୁର ଗାଁର ଲୋକଙ୍କ ପାଇଁ ଯଜ୍ଞ ପଡିଆ ଅସ୍ଥାୟୀ ବାସସ୍ଥାନ ପାଲିଥିଲା । ଉଦ୍ୟାପନୀ ଉତ୍ସବରେ ପାରମ୍ପାରିକ ରୀତିନୀତର ସହ ପୂଜା ଅର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଯାଜ୍ଞିକ ପଣ୍ଡିତ ସୁନିଲ ନନ୍ଦ, ଅନିରୁଦ୍ଦ ପଣ୍ଡା, ରତିକାନ୍ତ ତ୍ରିପାଠୀ, ନରହରି ପଣ୍ଡା, ନିର୍ମଳ ଦାଶ ପ୍ରମୁଖ ଯଜ୍ଞ କାର୍ଯ୍ୟକୁ ପରିଚାଳନା କରିଥିଲେ । ସଂଧ୍ୟାରେ ସାମୂହିକ ଗୋ-ମାହାତ୍ମ୍ୟ ଉପରେ ଆଧାରିତ ପ୍ରବଚନରେ ପୁରୀ ସ୍ଥିତ ଅନ୍ତରାଜ୍ୟ କ୍ରିୟାଯୋଗର ଅଧ୍ୟକ୍ଷ ପରମହଂସ ପ୍ରଜ୍ଞାନନ୍ଦ ଜୀ ସନ୍ୟାସୀ କ୍ରିଷ୍ଣାନନ୍ଦ ଗିରି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୩ଟି ଗ୍ରାମର ଜନ ପ୍ରତିନିଧି, ମୁରବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଜ୍ଞ କାର୍ଯ୍ୟକୁ ପରିଚାଳନା କରିଥିଲେ ।
ଗୋ-ନବରାତ୍ର ମହାଯଜ୍ଞ ଉଦଯାପିତ, ଗୋ-ମାହାତ୍ମ୍ୟ ପ୍ରବଚନରେ କମ୍ପିଲା ମଂଚ
|
March 19, 2019 |



