କେନ୍ଦୁଝର, ୪/୧୧ (ସନ୍ଧାନ ନିଉଜ) : ଜମିବାଡ଼ି କଳହକୁ ନେଇ ପୁଣି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଫଳରେ ଏଥିରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜଗବନ୍ଧୁ ଜେନା ଓ ଅରୁଣ ଜେନାଙ୍କ ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ପୂର୍ବରୁ ରହିଥିଲା । ଜଗବନ୍ଧୁ ପ୍ରଥମେ ସରପଞ୍ଚ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବିବାଦର ସମାଧାନ କରିବା ପାଇଁ ଚାହିଁଥିଲା । ଏନେଇ ଗାଁରେ ଏକ ସଭା ମଧ୍ୟ ଆୟୋଜନ କରିଥିଲା । ହେଲେ ଅରୁଣ ସେଠାକୁ ଯାଇନଥିଲା । ଫଳରେ ଜଗବନ୍ଧୁ ପରିବାର ସଦସ୍ୟ ଅତ୍ୟନ୍ତ ଉତ୍କ୍ଷିପ୍ତ ଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ୩ ଜଣ ଆହତ ହୋଇଛନ୍ତି ।
ଗୋଷ୍ଠୀ ସଂଘର୍ଷରେ ୩ ଆହତ
|
November 4, 2019 |



