ଗୋଲାପ ଫୁଲର ଚାଷ

Spread the love

ବାରିପଦା,26.12.2020(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) ଜଳବାୟୁ:   ଆମ ରାଜ୍ୟର ଅତ୍ୟଧିକ ଗ୍ରୀଷ୍ମ, ଶୀତ, ଅନୁର୍ବର ମୂତ୍ତିକା ଇତ୍ୟାଦି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳ ର ଏହି ଚାଷ ଭଲ ଭାବ ରେ କରାଯାଇପାରିବ । ଉଭାପ ୧୮ ଡିଗ୍ରୀ ସେଲସିୟସର ଆଖପାଖରେ ଥିବା ସମୟରେ ପୁଲର ରଙ୍ଗ ସବୁଠାରୁ ଭଲ ଆସେ । ଗୋଲାପ ଉନ୍ନତମାନର ଅଧୁକ ଫୁଲ ଦେବା ପାଇଁ ଅତି କମ୍ ରେ ଦିନରେ ୬ଘଣ୍ଟା ସୂର୍ଯ୍ୟାଲୋକ ଦରକାର କରେ ।

 ମୃତ୍ତିକା: ଗଭୀର, ନିଗିଡ଼ା, ଉର୍ବର, ଦୋରସା ଏବଂ ଅମୃତା ( ପି.ଏଚ.) ୬.୦-୭.୫ ଥିବା ମାଟି ରେ ଗୋଲାପର ବ୍ୟବସାୟିକ ଚାଷ କରାଯିବା ଉଚିତ୍ ।

କିସମ: ମିନୁ ପାର୍ଲି, ମଣ୍ଟକୁ ମା, ଗ୍ଲାଡି ଏଟର, ଡବଲଡିଲାଇଟ୍, ସୁପରଷ୍ଟାର ଆଖୁ କଲମୀ ପଦ୍ଧତିରେ ଜଙ୍ଗଲୀ ଗୋଲାପର ମା ଗଛ ଉପରେ ଏହି ଉନ୍ନତ କିସମ ଗୁଡ଼ିକୁ କଲମୀ କରାଯାଇ କଲମୀ ଚାରା ଗଛି ପ୍ରସ୍ତୁତ କରାଯାଏ ।

ଜମିପ୍ରସ୍ତୁତି: ବ୍ୟବସାୟିକ ଚାଷ ନିମନ୍ତେ ଗୋଲାପକୁ  ସାଧାରଣତଃ ଦୁଇପ୍ରକାରରେ ଲଗାଯାଏ। ଥରେ ଲାଗିଲେ ଏହା ୫-୭ ବର୍ଷ ରହୁଥିବାରୁ ଲଗାଇବା ଏ ବେଳେ ଯତ୍ନ ନିଆଯାଏ।

(କ) ବେଡ ବା ଶଯ୍ୟା ପଦ୍ଧତି:  ଏହି ପଦ୍ଧତିରେ ଅଧିକ ଗଛ ଲାଗିପାରେ । କିନ୍ତୁ ଏଥିପାଇଁ ସମୟ ସମୟରେ ପ୍ରତି ଗଛକୁ ତନଖି କରି ଅଦରକାରୀ ଓ ଲମ୍ବା ଡାଳକୁ କାଣ୍ଟଛାଣ୍ଟ କରିବାକୁ ପଡ଼େ । ଏଥିପାଇଁ ଖରାଦିନେ ୬ମି ଲମ୍ବ x ୧.୨ ମି. ପ୍ରସ୍ଥ x ୧୦ ସେ.ମି. ଉଚ୍ଚ ଆକାରରେ ବେଡ଼ ପ୍ରସ୍ତୁତ କରାଯାଏ । ଦୁଇଟି ବେଡ଼ ମଧ୍ୟରେ ୧ ମି. ଓସାରର ଚଲାପଥ ରଖାଯାଏ । ବେଡ଼ରୁ ୧ ଫୁଟ ଗଭୀରରେ ମାଟିକୁ ଖୋଳି ଉପର ଅଧାମାଟି ଗୋଟିଏ ପଟରେ ଓ ତଳ ଅଧା ମାଟି ଅନ୍ୟ ପଟରେ ରଖାଯାଏ । ଏହାକୁ ୧୫ ଦିନ ଖରା ଖାଇବା ପାଇଁ ଛାଡ଼ି ଦିଆଯାଏ । ଏହାପରେ ଉପର ମାଟିରେ ବେଡ଼ ପିଛା ୨୦ କି.ଗ୍ରା. ସାଧା ଗୋବରଖତ, ସୁପରସାର ୨ କି.ଗ୍ରା., ଉଈମରା ଔଷଧ ୧୦୦ ଗ୍ରା., ୨ କି.ଗ୍ରା. ସୋରିଷ ପିଡ଼ିଆ, ଜିଆଖତ ୧ କି.ଗ୍ରା. ମିଶାଇ ପ୍ରଥମେ ପୂରଣ କରାଯାଏ । ଏହାପରେ ଉପର ଅଧାକୁ ତଳ ମାଟି ଦ୍ଵାରା ପୂରଣ କରାଯାଏ । ଏଥିରେ ଜଳସେଚନ କରି ୭ ଦିନ ଛାଡ଼ି ଦିଆଯାଏ।


(ଖ)ଧାଡ଼ି ବା ମନ୍ଦା ପଦ୍ଧତି:  ଉର୍ବର ଜମିରେ ଭଲ ଯତ୍ନ ପାଇଲେ ଗଛ ଗୁଡ଼ିକ ଭଲ ବଢ଼େ ଓ ଅଧୁକ ଫୁଲଦିଏ। ଏଣୁ ପ୍ରତି ଗଛକୁ ଭଲ ଯତ୍ନ ନେବା ପାଇଁ ଓ ଫୁଲ ତୋଳିବାରେ ସୁବିଧା ହେବା ପାଇଁ ଗଛଗୁଡୁ ଧାଡ଼ି ମନ୍ଦା ପଦ୍ଧତିରେ ମଧ୍ୟ ଲଗାଯାଏ। ଏଥିପାଇଁ ୧.୫ ଫୁଟ ଓସାରର ଟ୍ରେଞ୍ଚ ଖୋଳି କିମ୍ବା ୧.୫ଫୁଟ
x୧.୫ ଫୁଟ x ୧.୫ଫୁଟ ଆକାରର ଗାତ ଖୋଳି ତଳ ଅଧା ମାଟିକୁ ଗୋଟିଏ ପଟରେ ଓ ଉପର ଅଧା‌ ମାଟିକୁ ଅନ୍ୟପଟରେ ରଖାଯାଏ । ଉପର ମାଟିରେ ଗଛ ପିଚା ୮ କି.ଗ୍ରା. ସଢ଼ା ଗୋବର ଖତ, ୫୦ ଗ୍ରାମ ଉଈ ମରା ଔଷଧ, ସୁପର ସାର ୨୫୦ ଗ୍ରାମ୍‌, ୨୫୦ ଗ୍ରାମ ସୋରିଷପିଡ଼ିଆ, ୨୫୦ ଗ୍ରାମ୍ ଜିଆଖତ ମିଶାଇ ପ୍ରଥମେ ପୂରଣ କରାଯାଏ । ଏହାପରେ ତଳମାଟିକୁ ପୂରଣ କରାଯାଏ ଓ ପାଣିଦେଇ ୭ଦିନ ଛାଡ଼ି ଦିଆଯାଏ । ତାହାପରେ ଚାରା ଗଛକୁ ପୂର୍ବ ବର୍ଣ୍ଣିତ ପଦ୍ଧତିରେ ଧାଡ଼ି ଅନୁସାରେ ଲଗାଯାଏ। ଲଗାଇବା ସମୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଓ କୋରାପୁଟ ଜିଲ୍ଲାରେ କୁନମାସ ମଧ୍ୟ ଭାଗର ଗୋଲାପ ଲଗାଯାଇପାରେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ପ୍ରଧାନତଃ ସେପ୍ଟେମ୍ବର ଦ୍ବିତୀୟାର୍ବ ଠାରୁ ଆରମ୍ଭ କରି ଫେବୃୟାରୀ ମାସ ପର୍ଯ୍ୟନ୍ତ ଲଗାଯାଏ।

ଜଳସେଚନ:  ବେଡ଼ ବା ଶଯ୍ୟା ପଦ୍ଧତି ହେଉ କିମ୍ବା ଧାଡ଼ି ପଦ୍ଧତି ହେଉ, ଗୋଲାପ ଚାଷ ପାଇଁ ବୁନ୍ଦା ଜଳସେଚନ, ପ୍ଲାଷ୍ଟିକ୍ ଆଚ୍ଛାଦନ ପଦ୍ଧତି ଅବଲମ୍ବନ କଲେ ଖର୍ଚ୍ଚ କମ୍ ହୁଏ, ଅଧୁକ ଫୁଲ ମିଳେ, ଗଛଗୁଡ଼ିକ ଅଧୁକ ଦିନ ଯାଏ ଉତ୍ପାଦନକ୍ଷମ ରହେ । ପରବର୍ତ୍ତୀ ଯତ୍ନ ଚାରା ଲଗାଇବା ସଙ୍ଗେ ସଙ୍ଗେ ହାଲୁକା ଜଳସେଚନ ଆରମ୍ଭ କରାଯାଏ। ଲଗାଇବା ସମୟରେ ଅଧୁକା ପତ୍ରଥିଲେ ତଳ ପତ୍ରଗୁଡ଼ିକ କାଟି ଦିଆଯାଏ । ଏଥିରେ ୧ ମାସ ପର୍ଯ୍ୟନ୍ତ ଖତସାରର ପ୍ରୟୋଗ କରାଯାଏ ନାହିଁ ଓ କଢ଼ ରଖାଯାଏ ନାହିଁ । ଗଛଗୁଡ଼ିକର ପିଲ ବାହାରିଲେ ଛେରା ଧରିବା ଜଣାଯାଏ । ମୂଳରେ ଥିବା ମା ଗଛରୁ ପିଲ ବା ଶାଖା ବାହାରିଲେ ଏଗୁଡ଼ିକୁ ନଷ୍ଟ କରିଦେବା ଜରୁରୀ ।

 

ଅମଳ: ଗଛ ଲଗାଇବାର ୨ -୩ ମାସ ପରେ ଫୁଲ ମିଳିବା ଆରମ୍ଭ ହୁଏ । ଦ୍ବିତୀୟ ବର୍ଷଠାରୁ ପ୍ରତି ଗଛରେ ପ୍ରାୟ ୧୦୦ ଫୁଲ ଫୁଟେ । ପାଖ ବଜାର ପାଇଁ କଢ଼ ଖୋଲିବା ବେଳେ ତୋଳାଯାଏ । ଦୂର ବଜାର ପାଇଁ କଢ଼ ଟାଣଥିବା ସମୟରେ ତୋଳାଯାଏ ।

 

 

Related Posts

About The Author

Add Comment