ଗୋରୁ ବୋଝେଇ ଟ୍ରକ ଜବତ, ୪ ଗିରଫ

Spread the love

ରାଇରଙ୍ଗପୁର,26.11.2020 (ଲିଙ୍ଗରାଜ ପଣ୍ଡା) – ମଙ୍ଗଳବାର ରାତିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଯଶିପୁର ୨୨୦ନଂ ଜାତୀୟ ରାଜପଥର କାଦୁଆଣୀ ଗ୍ରାମ ନିକଟରେ ଏକ ଟ୍ରକ ନଂ ଓଡ଼ି-୦୯-ଆର-୭୬୧୧ରେ ୩୮ଟି ଗୋରୁ ବେଆଇନ  ତଥା ନିର୍ଭୟ’ ଭାବେ ଚାଲାଣ କରାଯାଉଥିବା ବେଳେ ପୁଲିସ ଟ୍ରକଟିକୁ ଜବତ କରିଛି ଏଥିସହ ଏହି ଚାଲାଣରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାର ଗ୍ରାମାଞ୍ଚଳ ଥାନାଧୁକାରୀ ପଦ୍ମଲୋଚନା ପାଣିଗ୍ରାହୀ । ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଗିରଫ ଅଭିଯୁକ୍ତମାନେ ହେଲେ ପାରାସାଇଲୋ ଗ୍ରାମର ସେକ ଜଲାଲରପୁଅ ସେକ ତାଫୁ ଓରଫ ତାଫିର (୪୫ ବର୍ଷ), ସୁକରପଡ଼ା ଗ୍ରାମର ସେକ ଜମିରୁଦ୍ଦିନର ପୁଅ ସେକ ଅଫସର  ଓରଫ ଅଫସାର ଅଲ୍ଲୀ (୧୯ବର୍ଷ), ସୁକରପଡା ଗ୍ରାମର କାଲୁ ଓରଫ କାଲା ଖାନର ପୁଅ ତାରିକୁଦ୍ଦିନ ଖାନ (୩୩ବର୍ଷ) ଓ କଟକ ଜିଲା ସାଲେପୁର ସୁକରପଡ଼ା ଗ୍ରାମର ଇସାକ ଖାନ ଓରଫ ଇସମାଇଲ ଖାନର ପୁଅସେକସକ ଖାନ (୪୦ବର୍ଷ)  ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି  ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେଶ ନଂ୧୫୪୨୪୧୧୨୦୨୦ରେ ଆଇପିସିର ଦଫା ୩୭୯୪୧୧୩୪ରେ ତଥା ଧାରା ୧୧(୧) (ଡି) (ଇ) ପ୍ରିଭେନସନ ଅଫକୃଏଲିଟି ଟୁ ଆନିମଲ ଆକ୍ଟ ଅନୁସାରେ କେଶ ରଜୁ ହୋଇ ତଦନ୍ତ ଜାରୀ ରହିଛି । ସମସ୍ତ ୩୮ଟି ଗୋରୁକୁ ରାଇରଙ୍ଗପୁର ଗୋଶାଳାକୁ ହସ୍ତାନ୍ତର କରିଦିଆଯାଇଛି । ଏବେ ପୁଲିସ ହସ୍ତାନ୍ତର କରିଥିବା ୩୮ଟି ସମେତ  ଏଯାଏଁ ମୋଟ ୮୫ଟି ଗୋରୁକୁଗୋଶାଳାକୁ ହସ୍ତାନ୍ତର କରାଯାଇଛି । ଫଳରେ ରାଇରଙ୍ଗପୁର ଗୋଶାଳାରେଗୋରୁ ସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି ଗତ କିଛି ଦିନ ହେବ ବାମନଘାଟୀ ଉପଖଣ୍ଡରୁ ବେଆଇନ ଗୋଚାଲାଣ ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଥିବାରେ ଧୂରେ ରେ, ବାମନଘାଟୀ ଉପଖଣ୍ଡରୁ ଗୋସମ୍ପଦ, ଦୃତ ହ୍ରାସ ପାଇବାରେ ଲାଗିଛି ।

 

Related Posts

About The Author

Add Comment