ବାରିପଦା ୨୬/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଦୀର୍ଘଦିନ ଧରି ଦାବି ପରେ ଗୋରୁମାହିଷାଣୀକୁ ଦିଆଯାଇନି ରାଜସ୍ବ ଗାଁର ମାନ୍ୟତା ଦୂଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ମାନ୍ୟତା ମିଳିପାରିନି । ଏପରିକି ଜଣେ ପୁଞ୍ଜିପତିଙ୍କ ହୀନ ଚକ୍ରାନ୍ତ ଏହି ମାନ୍ୟତା ପ୍ରଦାନରେ ଅନ୍ତରାୟ ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ରାଇରଙ୍ଗପୁର ବ୍ଲକ୍ କୁ ଲେଇଶିଳା ପଞ୍ଚାୟତର ୭ ଓ ୮ ନମ୍ବର ୱାର୍ଡକୁ ନେଇ ଗୋରୁମହିଷାଣୀ ଗାଁ ଗଠିତ । ୭ନଂ ୱାର୍ଡରେ ୧୨୬୦ରୁ ଅଧିକ, ୮ନଂ ୱାର୍ଡରେ ୮୫୦ରୁ ଅଧିକ ଲୋକ ରହୁଛନ୍ତି । ଗୋରୁମହିଷାଣୀ ନାମରେ ଥାନା, ପୋଷ୍ଟ ଅଫିସ୍, ହସ୍ପିଟାଲ, ରେଳଷ୍ଟେସନ, ଆର ଆଇ ଅଫିସ୍, ବ୍ୟାଙ୍କ ଆଦି ଅନୁଷ୍ଠାନ ରହିଛି । କୁଲେଇଶିଳା ପଞ୍ଚାୟତ ମାନଚିତ୍ରରେ ଗୋରୁମହିଷାଣୀ ରାଜସ୍ୱ ଗ୍ରାମ ଭାବେ ଚିତ୍ରଣ ହୋଇଛି ମାତ୍ର ରାଜସ୍ୱ ବିଭାଗ ତଥ୍ୟରେ ଏହା ଏକ ବେଛପରୀ ଗାଁ ସୂଚନାଯୋଗ୍ୟ କି, ୧୯୧୦ରେ ତତ୍କାଳୀନ ଲିଜ୍ଧାରୀ ଗୋରୁମହିଷାଣୀ ପାହାଡ଼ରୁ ଲୁହାପଥର ଖନନ କରି ବା ବେଳେ କମ୍ପାନି କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ କରି ଥିଲେ । ପରେ ୧୯୭୧ରୁ ନୂଆ ଲିଜ୍ଧାରୀ ଖଣି କାର୍ଯ୍ୟ ଆରମ୍ଭ କରିବାବେଳେ ଅନେକ କର୍ମଚାରୀ କାମ କଲେ । ପୁରୁଣା କମ୍ପାନି କାର୍ଯ୍ୟ ବନ୍ଦ କରି ପଳାଇବା ପରେ ବହୁ ଘର ଖାଲି ପଡ଼ିଲା । ସେଥିରୁ କିଛି ଘର ନୂଆ ଲିଜ୍ ଧାରୀ ବ୍ୟବହାର କଲେ । ଆଉ କେତେକ ମରାମତି ଅଭାବରୁ ଧ୍ବଂସ ପାଇଗଲାଣି । ଦୀର୍ଘ ଦିନ ଧରି ମରାମତି ଅଭାବରୁ ସେଠାରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି ଲୋକେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୪୦ ବର୍ଷରୁ ଅଧୁକ ଉକ୍ତ ସ୍ଥାନରେ ରହୁଥିଲେ ମଧ୍ୟ ସେମାନଙ୍କୁ ଘରର ମାଲିକାନା କି ଘରଡିହ ଖଣ୍ଡ ମିଳିପାରିନି । ଏନେଇ ବିଭିନ୍ନ ସମୟରେ ଦାବି ଉଠିଛି । ଗଣମାଧ୍ୟମରେ ବହୁବାର ଅଞ୍ଚଳବାସୀଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇଛି । କୌଣସି ସୁଫଳ ମିଳିନି । ରାଜସ୍ବ ବିଭାଗ ନିଦାବିଷ୍ଣୁ ସାଜି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୨୦ ସୁଦ୍ଧା ରାଜ୍ୟରେ କେହି ଭୂମି ହୀନ ରହିବେ ନାହିଁ ଏବଂ ଏଥି ଲାଗି ବସୁ ନ୍ଧରା ଯୋଜନା ଆରମ୍ଭ କରି ଥି ଲେ ଉ ଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଯୋଜନା ଉକ୍ତ ବାସିନ୍ଦାଙ୍କ ପାଇଁ ଫାଇଲ ତଳେ ରହିଯାଇଛି । ବ୍ଳକ୍ ପ୍ରଶାସନ, ରାଜସ୍ବ ବିଭାଗ ଏ ସମ୍ପର୍କରେ ଅବଗତ ଥିଲେ ହେଁ କୌଣସି ପଦକ୍ଷେପ ନେଇନାହାନ୍ତି । ଏ ସମ୍ପର୍କରେ କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ କହିଛନ୍ତି, ଗୋରୁମହିଷାଣୀ ଗାଁରେ ୪୦ରୁ ଅଧିକ ବର୍ଷ ହେଲା ରହୁଥିବା ଲୋକେ ଭୋଟ୍ ଦେଇ ଆସୁଛନ୍ତି । କିନ୍ତୁ ଜମିପଟ୍ଟା ନ ଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ବିଭିନ୍ନ ସମୟରେ ହେଉଥିବା ପଲ୍ଲୀସଭା ଓ ଗ୍ରାମସଭାରେ ଭୂମି ହୀନଙ୍କ ନାଁ ଉଲ୍ଲେଖ କରାଯାଇ ଜମି ପଟ୍ଟା ପାଇଁ ଆର ଆଇ ଅଫିସରେ ବାରମ୍ବାର ଦରଖାସ୍ତ କରାଯାଇଛି କିନ୍ତୁ କୌଣସି ସୁଫଳ ମିଳୁନି । ଏହା ଖଣି ଲିଜ୍ ଅଞ୍ଚଳ ଭିତରେ ଥିବାରୁ ସେମାନଙ୍କୁ ଜମିପଟ୍ଟା ଦିଆଯାଇ ପାରିବନି ବୋଲି କହିଛନ୍ତି ରାଇରଙ୍ଗପୁର ତହସିଲଦାର ଯୋଗରଞ୍ଜନ ନାଏକ। ଅନ୍ୟପଟେ ରାଇରଙ୍ଗପୁର ବିଡ଼ିଓ ରୀତା ଡାଙ୍ଗଙ୍କ ପ୍ରତିକ୍ରିୟା ମିଳିପାରିନି । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝା ପ୍ରତି କ୍ରିୟା ଦେଇ କହିଛନ୍ତି, ଗୋରୁମହିଷାଣୀରେ ୧୭ ଶହରୁ ଅଧିକ ଭୋଟର୍ ଥିବା ସଙ୍ଗେ ସେମାନଙ୍କ ଜମି ପଟ୍ଟା ନ ଥିବା ଦୁର୍ଭାଗ୍ୟଜନକ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆଶୁ ସମାଧାନ ପାଇଁ ଚେଷ୍ଟା କରିବି । ରାଇରଙ୍ଗପୁର ବ୍ଳକ୍ର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ଗୋରୁମହିଷାଣୀ । ଏହାସତ୍ତ୍ୱେ ୧୯୫୦ ମସିହାରୁ ଗଠିତ କୁଲେଇଶିଳା ପଞ୍ଚାୟତରେ ଗୋରୁ ମହି ଷାଣୀକୁ ରାଜସ୍ବ ଗାଁର ମାନ୍ୟତା ନ ମିଳିବା ଉଭୟ ଶାସକ ଓ ବିରୋଧୀ ଦଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗୋରୁମହିଷାଣୀକୁ ରାଜସ୍ବ ଗ୍ରାମର ମାନ୍ୟତା କେବେ
|
August 26, 2020 |