ଗୋପବନ୍ଧୁ ପ୍ରେସ କ୍ଲବ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୭୫ ତ୍ତମ ସାଧାରଣତନ୍ତ୍ର ଦିବସ ପାଳିତ।

Spread the love

କବାଟବନ୍ଧ,୨୬/୧ (ସନ୍ଧାନ ନିଉଜ୍):ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ସଂଲଗ୍ନ କନ୍ତପଡ଼ା ଛକ ଠାରେ ଗୋପବନ୍ଧୁ ପ୍ରେସ କ୍ଲବ ଜେନାପୁର ପକ୍ଷରୁ ପ୍ରେସ କାର୍ଯ୍ୟାଳୟ ରେ ୭୫ ତ୍ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ସର୍ବପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଡକ୍ଟର କର ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷ ମାନଙ୍କୁ ମନେ ପକାଇ ସେମାନଙ୍କ ଦେଶପ୍ରେମ ଉତ୍ସର୍ଗୀକୃତ ଜୀବନୀ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କର ,ସରସ୍ୱତୀ ଶିଶୁ ମନ୍ଦିର କନ୍ତପଡ଼ା ର ସମସ୍ତ ଆଚାର୍ଯ୍ୟ/ ଗୁରୁମା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ସରସ୍ୱତୀ ଶିଶୁ ମନ୍ଦିର କନ୍ତପଡ଼ା ର କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପିଲା ମାନେ ଦ୍ୱାରା ଖୁବ ସୁନ୍ଦର ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ।ବନ୍ଦେ ମାତରମ , ଭାରତ ମାତା କୀ ଜୟ ଓ ଅନ୍ୟାନ୍ୟ ସ୍ଲୋଗାନ ଦ୍ୱାରା ଚତୁର୍ଦିଗ କମ୍ପି ଉଠି ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୋପବନ୍ଧୁ ପ୍ରେସ କ୍ଲବ ର ସମସ୍ତ ସଦସ୍ୟ , ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିବା ସହିତ ସହଯୋଗ କରିଥିଲେ। ସେହି ସ୍ଥାନୀୟ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କନ୍ତପଡ଼ା ଠାରେ ଧୂମଧାମ ରେ ପାଳନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କବାଟବନ୍ଧ ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ଏବଂ ରାଇଛନ୍ଦା ପଞ୍ଚାୟତ ସରପଞ୍ଚ ଶ୍ରୀ ମତୀ ଦୀପ୍ତିମୟୀ ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। କୁନି କୁନି ପିଲା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବାର୍ଷିକ କ୍ରୀଡ଼ା ଉତ୍ସବରେ କୃତିତ୍ୱ ଅର୍ଜନ କରିଥିବା ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Related Posts

About The Author

Add Comment