ଗୋପବନ୍ଧୁ ପ୍ରେସ କ୍ଲବ ତରଫରୁ ରୋଟାରୀଆନ ବରିଷ୍ଠ ସମାଜ ସଂସ୍କାରକ ଡା ନିହାର ରଞ୍ଜନ କର ଙ୍କୁ ସମ୍ବର୍ଦ୍ଧନା

Spread the love

ଜେନାପୁର,୦୬/୧୨/(ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଟାରୀଆନ୍ ଡାକ୍ତର ଓ ସମାଜ ସେବୀ ନିହାର ରଞ୍ଜନ କରଙ୍କ ରୋଗୀ ସେବାରେ ମୁଗ୍ଧ ହୋଇ ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବ୍ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୟରେ ଡାକ୍ତର କରଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଉପଢୌକନ କରିଥିଲେ । ସେ ଜଣେ ଡାକ୍ତର ହୋଇ ନିଜ ରେଗୀ ସେବାକୁ ବ୍ରତ ଭଳି ପାଳନ କରୁଥିବା ବେଳେ ଉତ୍ତମ ମେଳାପି ମଣିଷ ଥିଲେ । ତାଙ୍କର ଉତ୍ସର୍ଗିକୃତ ରୋଗି ସେବା ଯୋଗାଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଆସିଛନ୍ତି । କୋରଣା ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଜର କାର୍ଯ୍ୟ ସାରିବା ପରେବି ଗାଁ ଗାଁ ବୁଲି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଲୋକମାନଙ୍କୁ ସଚେତନ କରୁଥିଲେ । ଗରିବ,ଅସହାୟ,ନିଷ୍ପେସିତ,ଅବହେଳିତ ଦଳିତ ବର୍ଗର ଲୋକଙ୍କୁ ମାଗଣାରେ ଔଷଧ ବ୍ୟବସ୍ଥା କରୁଛନ୍ତି । କୋରଣା ସମୟରେ ଆକ୍ରାନ୍ତରେ ପୀଡିତ ଥିବା ରୋଗୀମାନଙ୍କୁ ଘରେ ଘରେ ପହଞ୍ଚି ସଚେତନ ସହ ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରଦାନ କରୁଥିଲେ । ତେଣୁ ତାଙ୍କୁ ଦ୍ୱିତୀୟ ଭଗବାନ୍ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ସାମିଲ୍ ହୋଇ ଗରିବ ଅସହାୟଙ୍କ ପାଇଁ ଦେବଦୃତ ସାଜିଥିଲେ । କୋରଣା ସମୟରେ ନିଜ ଜୀବନ କୁ ଅନେକ ଡାକ୍ତର ରୋଗୀମାନଙ୍କୁ ସ୍ପର୍ଶ କରୁନଥିବା ବେଳେ ସେ ନିଜ ପରିବାରକୁ ପଛରେ ପକାଇ କିପରି ରୋଗୀମାନଙ୍କୁ ସେବା ଠିକ୍ ରେ ପହଞ୍ଚାଇବେ ସଦାସର୍ବଦା ତତ୍ପରତା ଅଛନ୍ତି । ଆଜି କାଲି ନିଜ ଜନ୍ମଦିନ ଓ ବିବାହ ବାର୍ଷିକ ବିଳାସ ପୂର୍ଣ୍ଣ ଢଙ୍ଗରେ ପାଳନ କରୁଥିବା ବେଳେ ସେ ତାଙ୍କର ପୁତ୍ର ଓ ଧର୍ମପତ୍ନୀଙ୍କ ଜନ୍ମଦିନ ପାଳନ କରନ୍ତି ଅନାଥ ଆଶ୍ରମ,ବୃଦ୍ଧାଶ୍ରମରେ ନିଆର ଢଙ୍ଗରେ ପାଳନ କରିଥାନ୍ତି । ଏହା ଆମ ସମାଜକୁ ଏକ ଶିକ୍ଷା ଦେବା ସହ ଦିଗଦର୍ଶନ ଦେଇଥାଏ । ଏପରି ମହତ୍ତ କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧିତି ହୋଇଛନ୍ତି । ଏଥିରେ ପ୍ରେସ୍ କ୍ଲବ୍ ର ସଭାପତି ଅଶୋକ କୁମାର ଦାସ,ଉପସଭାପତି ବାବୁଲି ରାଉତ,ସଂପାଦକ ଚିତ୍ରସେନ୍ ନାଥ,ସହସଂପାଦକ ବସନ୍ତ ମଲ୍ଲିକ,କୋଷାଧ୍ଯକ୍ଷ ସୁନିଲ୍ ପାଢି,ଉପଦେଷ୍ଟା ପ୍ରଶାନ୍ତ ସାମଲ,ନିଷ୍କାନ୍ତ ଖଟୁଆ,ଅସୀତ ନାୟକ , ଅମର ଭୂୟାଁ, ବିନୟ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment