ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ମାମଲାର ଟେର ପାଉନି ପୋଲିସ

Spread the love

ବଲାଙ୍ଗୀର, ୧୪/୧୧/୨୦ (ସନ୍ଧାନ ନିଉଜ) : ସାରା ରାଜ୍ୟରେ ପଟଣାଗଡ଼ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ କିଛି ଟେର ପାଉନି ପୋଲିସ। ଏହି ରହସ୍ୟମୟ ଘଟଣା ପଛରେ କେଉଁ କାରଣ ଯୋଡିହୋଇ ରହିଛି ତାହାକୁ ଠାବ କରାଯାଇ ପାରିନି। ପୂର୍ବ ଶତୃତା ଏହା ପଛର ଏକ ବଡ କାରଣ ହୋଇପାରେ ବୋଲି ଅନୁମାନ ଲଗାଇଛି ପୋଲିସ। ଏହା ପୂର୍ବରୁ ବୁଲୁ ଜାନୀଙ୍କ ବଡପୁଅକୁ ହତ୍ୟା କରାଯାଇଥିଲା ବୋଲି ଜଣାପଡିଛି।ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଗୋଟିଏ ପରିବାରର ଛଅଜଣଙ୍କୁ ହତ୍ୟା ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଆଜି ଶୋକାକୁଳ ପରିବେଶ ମଧ୍ୟରେ ୬ ଜଣଙ୍କ ମୃତଦେହକୁ ଦାହ କରାଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ୨ ଭାଇଙ୍କୁ ଅଟକ ରଖିଥିବାବେଳେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଭୁବନେଶ୍ୱରର ଷ୍ଟେସନରୋଡରେ ରହୁଥିବା ମୃତ ବୁଲୁ ଜାନୀଙ୍କ ପୁଅ ସରୋଜ, ବିକାଶ, ରାଜେଶ, ସମୀର ଓ ଶ୍ରୀଲାଲ ଗୁରୁବାର ପହଞ୍ଚିବା ପରେ ବାପା-ମାଆ, ଭାଇ-ଭଉଣୀଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ସାହାସ କରି ନଥିଲେ। ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପୁଅ, ତିନିବୋହୂ ହତ୍ୟାକାରୀଙ୍କୁ ଫାଶୀ ଦିଅ ବୋଲି ଦାବି କରିଥିଲେ। ଯଦି ହତ୍ୟାକାରୀଙ୍କୁ ଫାଶୀ ଦିଆ ନଯାଏ, ତାହେଲେ ଜାନୀ ପରିବାରର ବଞ୍ଚି ରହିଥିବା ସମସ୍ତ ସଦସ୍ୟଙ୍କୁ ଫାଶୀ ଦେବାକୁ ସେମାନେ ଅନୁରୋଧ କରିଥିଲେ। ବାପା-ମାଆ ଓ ଭାଇ-ଭଉଣୀଙ୍କୁ ହରାଇବା ପରେ କାହା ମୁହଁ ଦେଖି ବଞ୍ଚିବେ ବୋଲି ଭାବବିହ୍ୱଳ କଣ୍ଠରେ ସେମାନେ କହୁଥିଲେ। ପୋଲିସ ଜାନୀ ପରିବାର ସଦସ୍ୟମାନଙ୍କୁ ଗୁଡେଇ ତୁଡେଇ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ସମସ୍ତ ସଦସ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ। ବାପା-ମାଆ ଓ ଭାଇ-ଭଉଣୀଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ଗାଡିରେ ୬ ଶବ ନିଆଯାଇଥିବା ବେଳେ ୩ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ମାୟାବତୀ ନଦୀକୂଳ ଶ୍ମଶାନରେ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା।

Related Posts

About The Author

Add Comment