ଅହମଦାବାଦ, ୬/୧୧ (ସନ୍ଧାନ ନିୟୁଜ): ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଉଦଘାଟନ ହେବା ପରଠାରୁ ଏହି ପ୍ରତିମୂର୍ତ୍ତି ନିକଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । କେବଳ ଗତ ରବିବାର ଅର୍ଥାତ ନଭେମ୍ବର ୪ ତାରିଖରେ ଏହି ମୂର୍ତ୍ତି ଦେଖିିବାକୁ ପ୍ରାୟ ୭,୭୧୦ ଜଣ ଦର୍ଶକ ଆସିଥିଲେ । ଟିକେଟ ବିକ୍ରି ବାବଦରେ ପ୍ରାୟ ୧୯ ଲକ୍ଷ ୧୦ ହଜାର ଟଙ୍କା ଆୟ ହୋଇଛି ବୋଲି ଦେଶ ଗୁଜୁରାଟ ନାମକ ଏକ ଖବରକାଗଜରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଦଘାଟନର ପ୍ରଥମ ଦୁଇଦିନରେ ପ୍ରାୟ ୪,୬୯୬ ଜଣ ଦର୍ଶକ ଆସିଥିଲେ ଓ ଟିକେଟ ବିକ୍ରି ବାବଦରେ ୯ ଲକ୍ଷ ୫୩ ହଜାର ଟଙ୍କା ଆୟ ହୋଇଥିଲା । ଦୀପାବଳୀ ସପ୍ତାହରେ ଦର୍ଶକ ସଂଖ୍ୟା ବଢିବାର ସମ୍ଭାବନା ଥିବାରୁ ଆୟ ମଧ୍ୟ ବଢିବ । ଏହି ଷ୍ଟାଚ୍ୟୁ ଅପ ୟୁନିଟିକୁ ଗତ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଏହାକୁ ଦେଖିବା ପାଇଁ ଟିକେଟ ମୂଲ୍ୟ ୩୮୦ ଟଙ୍କା ରଖାଯାଇଛି ।
ଷ୍ଟାଚ୍ୟ ଅଫ ୟୁନିଟିର ଗୋଟିଏ ଦିନରେ ଆୟ ୧୯ ଲକ୍ଷ
|
November 7, 2018 |
![](https://sandhannews.com/wp-content/uploads/2018/11/statue-of-unity-1.jpg)