ଗୋଟିଏ କାର୍ଯ୍ୟାଳୟରେ ଚାଲିଛି ୨ଟି ପଞ୍ଚାୟତ : ସାମାନ୍ୟ ବର୍ଷାରେ ବି ଭାସୁଛି କାର୍ଯ୍ୟାଳୟ

Spread the love

ବନ୍ତ, ୨୫/୧୦ (ସନ୍ଧାନ ନିୟୁଜ) ବନ୍ତ ବ୍ଲକ ଅଧିନସ୍ଥ ଆଗରପଡ଼ା ର ପୁରୁଷଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏବେ ତାହା ମରାମତି ଅଭାବରୁ ଦୟନୀୟ ସ୍ଥିତିରେ ରହିଅଛି । ସାମାନ୍ୟ ବର୍ଷାରେବି ଉକ୍ତ କାର୍ଯ୍ୟାଳୟର ବହୁସ୍ଥାନରେ ପାଣି ଗଳୁଥିବାରୁ ଅପିଂସ୍ କାଗଜପତ୍ର ସମେତ ଗୋଦାମଗୃହର ଚାଉଳ ଓ ଅନ୍ୟ କୋଠରୀ ମାନଙ୍କରେ ଆସବାବ ପତ୍ର ମଧ୍ୟ ନଷ୍ଟହେଉଥିବାର ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏପରିଏକ ମରାମତି ଚାହୁଁଥିବା ଗୃହରେ ଅସ୍ଥାୟୀ ଭାବେ କିଛିବର୍ଷ ଧରି ବି.ଟି.ପୁର ( ବଡତ୍ରିଲୋଚନ ପୁର ) ର ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ତାର ନିଜସ୍ଵଗୃହ ନିର୍ମାଣଧିନ ଥିବାରୁ ଏହି ଠାରେ ଚାଲିଅଛି । ଘର ଭିତରୁ କର୍ମଚାରୀମାନେ ବାଲଟି ଦ୍ବାରା ପାଣିକାଢି ବାହାରେ ପକାଉଥିବାର ଦୃଶ୍ୟ ସତରେ ଦୟନୀୟ । ସରକାରଙ୍କର ବିଭିନ୍ନ ଯୋଜନାରେ ଘର ତିଆରିହୋଇ ବର୍ଷବର୍ଷଧରି ଚାବି ପଡ଼ିରହୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପରି ଜନସାଧାରଣଙ୍କ ଅତ୍ୟାବଶ୍ୟକୀୟ କାର୍ଯ୍ୟାଳୟ ଗୃହକୁ ଅଣଦେଖା କରିବା ସଂପୃକ୍ତ ବିଭାଗୀୟ କର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଧେଶ କରୁଛି । ତୁରନ୍ତ ଏଦିଗରେ ଦୃଷ୍ଟିଦେଇ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସର୍ବସାଧାରଣରେ ଦାବୀ ହେଉଛି l

Related Posts

About The Author

Add Comment