ରସୁଲପୁର, ୮/୦୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଂଚାୟତରେ ଧାନଖଳା ନିର୍ମାଣକୁ ବିରୋଧକରି ଆଜି ସ୍ଥାନୀୟ ସରପଂଚ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଡିଓ ଉମାକାନ୍ତ ପରିଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ ଏହି ପଂଚାୟତରେ ଧାନ ଖଳା ନିର୍ମାଣ ପାଇଁ ୭.୫୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଉକ୍ତ ଅର୍ଥକୁ ବିନିଯୋଗକରି ପଂଚାୟତର କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଏକ ବିବାଦୀୟ ଜମିରେ ଖଳା ନିମାଣ ପାଇଁ ମସୁଧା କରାଯାଉଛି । ରସୁଲପୁର ତହସିଲଦାରଙ୍କ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ମାତ୍ର ଖଳା ଉକ୍ତ ଖାତା ପ୍ଲଟ ଉପରେ ନିର୍ମାଣ କରାଯାଉ ନାହିଁ । ଉକ୍ତ ସ୍ଥାନରେ ଖଳା ନିମାଣ ହେଲେ ତା ଚାଷୀମାନଙ୍କ କାମରେ ଲାଗିବ ନାହିଁ ବରଂ ଠିକାଦାରମାନେ ବିଶୈଷ ଉପକୃତ ହେବେ । ଖଳା ନିର୍ମାଣ ନିମନ୍ତେ ପାଟ ମଝିରେ ଉପଯୁକ୍ତ ଜମି ରହିଛି । ଏଠାରେ ଖଳା ନିର୍ମାଣ କରାଗଲେ ଚାଷୀମାନେ ବିଶେଷ ଉପକୃତ ହେବେ । ହେଲେ ଏହା କରାନଯାଇ ଖଳାକୁ ଗାଁର ଏକ ମୁଣ୍ଡରେ ଥିବା ମନ୍ଦିର, ବିଦ୍ୟାଳୟ ରହିଛି । ଉକ୍ତ ସ୍ଥାନରେ ଖଳା ନିର୍ମାଣ ହେଲେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଆଣିବାରେ ଅସୁବିଧା ସୃଷ୍ଟି ହେବ । ଚାଷୀମାନେ ଖଳାକୁ ବ୍ୟବହାର କରି ଖରିଫ ଫସଲ ଧାନ ଓ ରବି ଫସଲ ବିରୀ, କୋଳଥ,ବାଦାମ ଆଦି ଅମଳ ସମୟରେ ସେଥିରୁ ବାହାରୁଥିବା ବର୍ଯ୍ୟବସ୍ତୁ ଦ୍ୱାରା ବିଦ୍ୟାଳୟର ପିଲା ଓ ମନ୍ଦିର ପରିବେଶ ବିଶେଷ ପ୍ରତି ବିଶେଷ କ୍ଷତି ପହଁଚାଇବ । ପ୍ରସ୍ଥାବିତ ବିବାଦୀୟ ସ୍ଥାନରେ ଖଳା ନିର୍ମାଣ କରାନଯାଇ ଚାଷୀମାନଙ୍କ ହିତ ଦୃଷ୍ଟିରୁ କୃହି କ୍ଷେତ ମଝିରେ ଖଳା ନିର୍ମାଣ କରାଗଲେ ଚାଷୀମାନେ ବିଶେଷ ଉପକୃତ ହେବେ ବୋଲି ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ଏ ସଂପର୍କରେ ବିଡିଓ ଶ୍ରୀ ପରିଡାଙ୍କୁ ପଚାରିବାରୁ ଏ ସଂପର୍କରେ ଅଭିଯୋଗ ପାଇଛନ୍ତି । ମାତ୍ର ଏ ଦିଗରେ ତଦନ୍ତ କରି ରିପୋର୍ଟ କରିବା ପାଇଁ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ୍ୟନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
Report- J Rout