ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Spread the love

ଯାଜପୁର, ୨୮/୦୭/୨୦ (ସନ୍ଧାନ ନିଉଜ) : କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର ଅବଗତ କରାଇଛନ୍ତି । ରାଜ୍ୟ ସାହାଯ୍ୟ ଆୟୁକ୍ତ ବା ଏସ୍.ଆର.ସିଙ୍କ ପରାମର୍ଶ ମୁତାବକ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହରେ ଅଲଗା ରୁମ ଓ ଅଲଗା ଶୌଚାଳୟ ରହିଥିବ ତେବେ ତାଙ୍କୁ ହୋମ ଆଇସୋଲେସନ ବା ଗୃହ ସଂଗରୋଧ ପାଇଁ ଅନୁମତି ମିଳିବ । ତେବେ ତାଙ୍କୁ ଅନୁମତି ମିଳିବା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଗୃହର ଭିତ୍ତିଭୂମୀ ଅନୁଧ୍ୟାନ କରିବା ଜରୁରୀ ଅଟେ । ଯେଉଁ ଲୋକମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ସେମାନେ ସଠିକ ଭାବେ ସଙ୍ଗରୋଧ ମାନିବା ଜରୁରୀ । ଏହାକୁ ଅନୁଧ୍ୟାନ କରିବାକୁ ଗ୍ରାମାଂଚଳରେ ଗ୍ରାମପଂଚାୟତ ନୋଡ଼ାଲ ଅଫିସର ଓ ସହରାଂଚଳରେ ୱାର୍ଡ ନୋଡାଲ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ସରକାରଙ୍କର ନିୟମାବଳୀ ଆଧାରରେ ପ୍ରୋଟୋକଲର ଯେପରି ଉଲ୍ଲଘଂନ ନହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବେ । ସେମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ସେହି କରୋନା ପଜିଟିଉ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ରଖିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେବେ । ଏ କ୍ଷେତ୍ରରେ ସମସ୍ତ ବିଡିଓ, ପୌରନିର୍ବାବୀ ଅଧିକାରୀ, ଅନ୍ୟାନ୍ୟ ଦାୟିତ୍ୱରେଥିବା ଅଧିକାରୀମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିଦେ୍ର୍ଧଶ ଦେଇଛନ୍ତି । ତତ୍ସହିତ ଏ ସଂପର୍କରେ ଉପଯୁକ୍ତ ଫର୍ମାଟରେ ଦୈନିକ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ପ୍ରୋଟୋକଲର ନିୟମାବଳୀକୁ କଡ଼ାକଡିÿ ଭାବେ ପାଳନ ସହ ସଂପୃକ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଦୈନିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ଗୃହ ସଂଗରୋଧରେ ରହୁଥିବା ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ପଜିଟିଉ ବ୍ୟକ୍ତିମାନେ ନିୟମ ଅନୁସାରେ ସଂଗରୋଧରେ ରହି ଅନ୍ୟମାନଙ୍କୁ ସଂକ୍ରମିତ ନ କରିବା, ଅନ୍ୟମାନଙ୍କ ସହ ନ ମିଶିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଭୟଭିତ ନୁହେଁ ସଚେତନତା ଦ୍ୱାରା ହିଁ କରୋନାକୁ ଆମେ ଜିତିପାରିବା । ତେଣୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ କରୋନାର ମାର୍ଗଦର୍ଶିକାକୁ ମାନିଚଳିବା ସହ ସଚେତନତା ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment