ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡା ମାଡ, କଳାହାଣ୍ଡିରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ପ୍ରଦର୍ଶନ କଲା କଂଗ୍ରେସ

Spread the love
କଳାହାଣ୍ଡି, ୨୯/୧୨/୨୦୧୧ (ସନ୍ଧାନ ନିଉଜ) ମମିତା ହତ୍ୟା ମମାଲରେ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି କଂଗ୍ରେସ କର୍ମୀ। କଳାହାଣ୍ଡି କେସିଙ୍ଗାକୁ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ମନ୍ତ୍ରୀଙ୍କ ବିରୋଧ କରି କଳା ପତକା ପ୍ରଦର୍ଶନ କରାଯାଇଥିଲା।

ସନସାଇନ୍ ସ୍କୁଲ୍ ଶୀକ୍ଷୟତ୍ରୀ ମମିତା ମେହରଙ୍କ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ପୁର୍ବରୁ ରାଜ୍ୟ ରାଜନିତୀରେ ପ୍ରବଳ ବିରୋଧର ସାମ୍ନା କରିଛନ୍ତି । ଏହି ବିଷୟକୁ ନେଇ ବିଧାନସଭାର ଶୀତକାଳିନ ମୌସୁମି ଅଧିବେଶନ ମଧ୍ୟ ବେସ ସରଗରମ ରହିଥିଲା । ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଜେଡି ମନ୍ତ୍ରୀ ମାନଙ୍କୁ ଅଣ୍ଡା ମାଡ କରାଯାଇଥିଲା। ଏପରିକି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଅଣ୍ଡା ମାଡ କରାଯାଇଥିଲା ।

Related Posts

About The Author

Add Comment