ଗୃହମନ୍ତ୍ରୀ ଅମିତ ଶାହା, AIIMS ରେ ଭର୍ତ୍ତି

Spread the love

ନୂଆଦିଲ୍ଲୀ, ୧୮/୦୮/୨୦ (ସନ୍ଧାନ ନିଉଜ) : ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ଶ୍ରୀ ଶାହା ନୂଆ ଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି ହୋଇଛନ୍ତି। କରୋନାଭାଇରସରୁ ସୁସ୍ଥ ହେବାର କିଛି ଦିନ ପରେ AIIMS ରେ ଭର୍ତ୍ତି ହୋଇଛନ୍ତି।

ବର୍ତ୍ତମାନ AIIMS ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୂଚନାଯୋଗ୍ୟଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେ ପୂର୍ବରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ କରୋନା ଆକ୍ରାନ୍ତ ହେବା ପରେ ଭର୍ତ୍ତି ହୋଇଥିଲେ।

ଏ ନେଇ ଏମ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। AIIMS ବିଜ୍ଞପ୍ତିରେ କୁହାଯାଇଛିଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆରାମଦାୟକ ଅଛ‌ି ଏବଂ ସେ ହସ୍ପିଟାଲରୁ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି।

Related Posts

About The Author

Add Comment