ଗୁଳି ଫୁଟାଇ ଲୁଟିଲେ ୩.୨୦ ଲକ୍ଷ

Spread the love

ବାଲେଶ୍ୱର, ୨୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କିଛିଦିନର ବ୍ୟବଧାନରେ ବାଲେଶ୍ୱର ଅଞ୍ଚଳରେ ହାଇ ଲୁଟେରା ପୁଣି ସକ୍ରିୟ ହୋଇ ଉଠିଛନ୍ତି । ପୁଲିସକୁ ଚ୍ୟାଲେଞ୍ଜ ଦେଇ ଥାନାଠୁ ୫ ଶହ ମିଟର ଦୂରରେ ଗୁଳି ଫୁଟାଇ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ସଦର ଥାନା ନିକଟସ୍ଥ ବଣପାଣିଆଠାରେ ସୋମବାର ଘଟିଛି । ଘଟଣାରୁ ପ୍ରକାଶ, ବାଲେଶ୍ବର ସହର ଉପକଣ୍ଠ ବଣପାରିଆରେ ଥିବା ଇକ୍ୟୁଇପି(ଜେସିପି ଡିଲର)ର ଆକାଉଟାଣ୍ଡ ଆଶୋକ କୁମାର ଜେନା ଓ ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମନୋଜ ଗାହାଣ ନିକଟସ୍ଥ ଏସ୍‌ବିଆଇ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ । ଛୁଟି ପାଇଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବା ପରେ ସୋମବାର ଖୋଲିଥିଲା । ଫଳରେ ୩ ଧରି ଜମା ହୋଇ ନ ଥିବା ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ଉଭୟ କର୍ମଚାରୀ ବ୍ୟାଙ୍କକୁ ଯାଉଥିଲେ । ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ସେମାନେ ଜାତୀୟ ରାଜପଥ ଅତିକ୍ରମ କରି କିଛି ମିଟର ଦୂର ଯାଇଥିଲେ । ଏତିକିବେଳେ ଏକ ନମ୍ବର ବିହୀନ କଳା ପଲସରରେ   ୨ ଜଣ ଦୁଇ ପଛରୁ ଆସି ସେମାନଙ୍କୁ ଅଟକାଇଥିଲେ । ପରେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ମାଗିଥିଲେ । ଆକାଉଟାଣ୍ଟ ଶ୍ରୀ ଜେନା ବିରୋଧ କରିବାରୁ ଜଣେ ଦୁର୍ବର ଗୁଳି ଚାଳନା କରିଥିଲା । ଏହା ଶ୍ରୀ ଜେନାଙ୍କ ବାମ ଗୋଡ଼ ପାହରେ ବାଜିଥିଲା । ଏଥିରେ ଭୟଭୀତ ହୋଇ ଶ୍ରୀ ଜେନା ଟଙ୍କା ବ୍ୟାଗକୁ ସିକ୍ୟୁରିଟି ଗାର୍ଡ ଶ୍ରୀ ଗାହାଣଙ୍କୁ ଦେଇଥିଲେ । ଏହି ସମୟରେ ଦୁର୍ବୁତ୍ତମାନେ ଶ୍ରୀ ଗାହାଣଙ୍କଠାରୁ ଟଙ୍କା‌ ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ । ଏନେଇ ପୁଲିସ୍ ତୁରନ୍ତ ଖବର ଦେଇଥିଲେ । ଖବର ପାଇ ଶିଦ୍ଧାଞ୍ଚଳ ଥାନା ଆଇଆଇସି ମିନତୀ ବିଶ୍ୱାଳ, ଏପିଓ ପ୍ରଭାସ ପାଲ, ସିଟି ଡିଏସ୍‌ପି ମନୋଜ ନାୟକ ପ୍ରମୁଖ‌ ଘଟଣା ସ୍ମଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ଆହତ ଆକାଉଟାଣ୍ଟ କ୍ଷୀ ଜେନାଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏନେଇ ସଦର ଥାନାରେ କେସ୍ ନ -୯୯୨୦ରେ ମାମଲା ରୁଜୁ କରି ପୁଲିସ ତନାଘନାକୁ କୋରଦାର କରିଛି ।

Related Posts

About The Author

Add Comment