କେନ୍ଦୁଝର, ୨୬/୪ (ସନ୍ଧାନ ନିୟୁଜ) : କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଂପା ରେଲୱେ ଓଭରବ୍ରିଜ୍ ତଳେ ଜଣେ ବ୍ୟବସାୟୀ ଲୁଟ୍ର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଲୁଟ୍ର ଶିକାର ହୋଇଥିବା ଏହି ବ୍ୟବସାୟୀଙ୍କ ନାଁ ଦିଲ୍ଲୀପ ବେହେରା। ତାଙ୍କ ହାତ ଓ ପେଟରେ ଗୁଳି ବାଜିଛି। ତେବେ ଗୁଳି କେବଳ ତାଙ୍କ ହାତ ଓ ପେଟରେ ଘଷି ହୋଇ ଚାଲିଯାଇଥିଲା। ତେଣୁ ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।
ଗୁଳି କରି ୧୫ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ।
|
April 26, 2019 |



