ଗୁରୁକୂଳ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ
ଗୁରୁକୂଳ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ
Manas Kumar Rout |
December 23, 2019 |
ଧମଶାଳା, ୨୩/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ହରିଦାସପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୂଳ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା କ୍ରୀଡା ପ୍ରଶିକ୍ଷକ ଶମ୍ବୁନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ଜୀବନ ଶୈଳୀ ଗଠନ କରିବା ଦିଗରେ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକ ରହିଛି । କ୍ରୀଡାଦ୍ୱାରା ଛାତ୍ରଛାତ୍ରୀ ନିରୋଗ ରହିବା ସହିତ ନିଜର ବୌଦ୍ଧିକ ଏବଂ ଶାରୀରିକ ବିକାଶ ହୋଇଥାଏ ବୋଲି ମତଦେବା ସହିତ ଏହାର ଉପକାରିତ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷ ଦ୍ୱାରିକାନାଥ ପଣ୍ଡା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀର କୁମାର କର ଏବଂ ନିଦେ୍ର୍ଧଶକ ସୁଶାନ୍ତ କୁମାର ମହାପାତ୍ର, ବାସୁଦେବ ଜେନା ପ୍ରମୁଖ ଅତିôଥ ଭାବେ ଯୋଗଦେଇ ଛାତ୍ରଛାତ୍ରୀ କେତେକ ଉପାଦେୟ ପରାମର୍ଶ ଦେଇଥିଲେ । ଏହାକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ ଆଦି ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା ।
Related Posts
About The Author