ଖୁଣ୍ଟା,୧୫/୦୬ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଚମ୍ପା ସିଂ ନାମକ ମହିଳାଙ୍କୁ ହତ୍ୟାକରାଯାଇଛି । ହତ୍ୟାକାରୀ ହେଉଛନ୍ତି ବୁଦ୍ଧିରାମ ସିଂ । ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା । ଯାହାକି ଦେହ ଭଲ ନ ହେବାରୁ ଗ୍ରାମରେ ଥିବା ମହିଳା ଚମ୍ପା ସିଂଙ୍କ ନିକଟକୁ ନିଜ ଝିଅକୁ ନେଇ ଯାଇଥିଲେ ବୁଦ୍ଧିରାମ । ଚମ୍ପା ସିଂ ଝଡାଫୁଙ୍କା କରିବା ପରେ ମଧ୍ୟ ବୁଦ୍ଧିରାମଙ୍କ ଝିଅ ସୁସ୍ଥ ହୋଇ ନଥିଲେ । ପରେ ବୁଦ୍ଧିରାମନ ଝିଅକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରିଥିଲେ । ଶେଷରେ ଗତ ବୁଧବାର ଦିନ ବୁଦ୍ଧିରାମଙ୍କ ଝିଅର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଚମ୍ପା ସିଂଙ୍କ ଉପରେ ସନ୍ଦେହ କରିଥିଲେ ବୁଦ୍ଧିରାମ । ଚମ୍ପା ଡାହାଣୀ ସାହି ତାଙ୍କ ଝିଅକୁ ହତ୍ୟା କରିଥିବା ଭାବି ରକ୍ତ ଚାଉଳ ଚୋବାଉଥିବା ବୁଦ୍ଧିରାମ କହିଥିଲେ । ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି । ବୁଦ୍ଧିରାମ ଆଜି ସକାଳୁ ଚମ୍ପାକୁ ନିଜ ଘର ପାଖକୁ ଡାଜିଥିବା ବେଳେ ଏକ ଫାର୍ସା ସହାୟତାରେ ତାଙ୍କୁ ହାଣି ଦେଇଥିଲେ । ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ । ଚମ୍ପାଙ୍କ ମୁଣ୍ଡବିହୀନ ମୃତଦେହ ଗ୍ରାମ ରାସ୍ତା ପାଶ୍ୱ ପଡିଆରେ ପଡିରହିଥିବା ବେଳେ ଅବିଯୁକ୍ତ ବୁଦ୍ଧିରାମ କଟା ମୁଣ୍ଡକୁ ଏକ କପଡାରେ ଗୁଡାଇ ତାହାକୁ ସାଙ୍ଗରେ ଧରି ଖୁଣ୍ଟା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହା ସହିତ ହତ୍ୟା କାଣ୍ଡରେ ବ୍ୟବହୁତ ଫାର୍ସାକୁ ମଧ୍ୟ ଅଭିଯୁକ୍ତ ନିଜ ସାଙ୍ଗରେ ନେଇ ଥାନାକୁ ଯାଇଥିଲେ । ପୋଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ଶୀକୁ ଜବତ କରିବା ସହିତ ବୁଦ୍ଧିରାମଙ୍କୁ ଗିରଫ କରିଛି, ଏବଂ ଡାହାଣୀ ସନ୍ଦେହରେ ଚମ୍ପାଙ୍କୁ ହତ୍ୟା କରିଛନ୍ତି ବୋଲି ବୁଦ୍ଧିରାମ କହିଛି । ଅନ୍ୟପଟେ ପୋଲିସ୍ ଏବଂ ବାରିପଦାରୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା