ଗୁଣି ଗାରେଡ଼ି ସନ୍ଧେହରେ ସ୍ୱାମୀ ସ୍ତ୍ରୀ ଙ୍କୁ ମାରିବା ସହ ଘର ନିଆଁ ଲଗାଇ ଜାଳିଦେଲେ ଦୁର୍ବୁତ୍ତ

Spread the love

ଯାଜପୁର, ୨୦/୦୭ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୁ ସାହି ଗାଁରେ ଅଭାବନୀୟ କାଣ୍ଡ,ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତି କୁ  ହତ୍ୟା ଅଭିଯୋଗ। ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲି ସୁରୁ ସାହି ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ଗୁଣି ଗାରେଡି ସନ୍ଧେହ ରେ ଘରେ ନିଆଁ ଲଗାଇ ଜାଳି ମାରିଦେଲେ ବୃଦ୍ଧା ଦମ୍ପତି ଙ୍କୁ ।ମୃତ ବୃଦ୍ଧା ଦମ୍ପତି ହେଲେ ବାସନ୍ତୀ ବାଲମୁଛ ଓ ସହିଳ ବାଲମୁଛ ବୋଲି ଜଣାପଡ଼ିଛି । ପୋଲିସି ମୃତଦେହ କୁ ଜବଦ କରି  ଛାନାବିନି ଆରମ୍ଭ କରିଛି।ତେବେ ଏଭଳି କାଣ୍ଡ କିଏ କଲା ଓ କାହିଁକି କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଓଲଳ ପଞ୍ଚାୟତ ଛତରା ଗାଁରେ ଜଣେ ବୃଦ୍ଧାଙ୍କୁ ହତ୍ୟା ହୋଇଥିଲ।।ଏପଟରେ ବାପା ମାଆଙ୍କ ମୃତୁ ଖବର ପାଇ ଆସିଥିବା  ଝିଅ ଏବଂ ଜ୍ୱାଇଁ ଙ୍କୁ ପୋଲିସି   ନେଇ ପଚରା ଉଚରା ଜାରି ରଖିଛି।ତେବେ ସୂଚନା ଅନୁଯାୟୀ ବୃଦ୍ଧା ଦମ୍ପତି ବୋହୁ ଦିନରୁ ସେହି ଗ୍ରାମରେ ଗୁଣି ଗାରେଡି କରି ଆସୁଥିଲେ ।ଏମିତି କେତେକ ଜୀବନ ମଧ୍ୟ ସେହି ଗୁଣି ଗାରେଡି ରେ ଯାଇଛି ।ଯାହାକୁ ନେଇ ସ୍ଥାନୀୟ ଲୋକେ ଘରକୁ ନିଆଁ ଲଗାଇ ଏଭଳି ଘଟଣା ଘଟାଇ ଥାଇପରନ୍ତି ବୋଲି ସନ୍ଧେହ କରାଯାଉଛି।ଏପଟରେ ଘଟଣା ସ୍ଥଳରେ ଯାଜପୁର ଏସ୍ପି ଚରଣ ସିଂ ମୀନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।ଘଟଣା ସ୍ଥଳକୁ ସାଇଣ୍ଟିପି କି ଟିମି ଆସିବ ଏବଂ ତଦନ୍ତ ପରେ ପ୍ରକୃତ ସତ୍ୟା ସତ୍ୟ ଜଣା ପଡିବ ବୋଲି କହିଛନ୍ତି ଯାଜପୁର ଏସ୍ପି ।

ତେବେ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ହତ୍ୟା ଅପରାଧ । ବିଶେଷ କରି ସନ୍ଧେହ କୁ ନେଇ ଘଟୁଛି ଏପରି ଅଘଟଣ ।ନୃଶଂସ ପାଳଟୁଛନ୍ତି ମଣିଷ ।ଏପଟରେ ଅପରାଧୀକୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଠି କରି ପୋଲିସି ପ୍ରଶାସନ ଉପରେ।ଯାଜପୁର ରେ ଦୁଇ ମାସ ଭିତରେ ତିନି ତିନୋଟି ବିଭତ୍ସ ହତ୍ୟାକାଣ୍ଡ ଘଟଣା ସମ୍ନାକୁ ଆସିଥିବା ବେଳେ ଆଜି ଆଉଏକ ଘଟଣା ଜିଲ୍ଲା ବାସୀଙ୍କୁ ଚିନ୍ତାର କାରଣ ବଢାଇଦେଇଛି ।ତେବେ ଆଜିର ଘଟଣା କିପରି ଘଟିଲା ପ୍ରକୃତ ଘଟଣା ପୋଲିସି ର ତଦନ୍ତ ପରେ ହିଁ ଜଣା ପଡିବ ।କିଏ ମାରିଛି ଓ କାହିଁକି ଏଭଳି କାଣ୍ଡ ଘଟେଇଲା ।

Related Posts

About The Author

Add Comment