ଗୁଜୁରାଟର ୧୭ତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ

Spread the love

ଅହମ୍ମଦାବାଦ୍‌, 13/09/2021 (ସନ୍ଧାନ ନିଉଜ) : ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟ ରାଜନୀତିରେ ଦେଖାଦେଇଥିଲା ହଟଚମଟ । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରକାଶ ପାଇଥିଲା ଅନେକ କଳ୍ପନା ଜଳ୍ପନା ।

ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ବିଜେପି ପକ୍ଷରୁ ଭୂପେନ୍ଦ୍ର ପଟେଲଙ୍କ ନାମ ଘୋଷଣା କରାଯାଇଥିଲା । ଆଉ ଆଜି ଗୁଜୁରାଟର ୧୭ତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ ।

ଆଜି ରାଜ୍ୟପାଳ ଭବନରେ ଭୂପେନ୍ଦ୍ର ପଟେଲଙ୍କୁ ଶପଥ ଗ୍ରହଣ କରାଇଛନ୍ତି ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରାଟ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିଥିଲେ । ଗତ କାଲି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ୧୭ତ୍ତମ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତି ହୋଇଥିଲା ।

ତେବେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ଘାଟଲୋଡିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିବା ବେଳେ ଅହମ୍ମଦାବଦ୍ ମହାନଗର ନିଗମର ସ୍ଥାୟୀ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।

Related Posts

About The Author

Add Comment