ସୁନ୍ଦରଗଡ ତା:୧/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡ କୋବିଡ଼ ଟୀକା କେନ୍ଦ୍ରରେ ଦେଖିବାକୁ ମିଳିଛି ଶହ ଶହ ଲୋକଙ୍କ ଭିଡ଼ । ଲୋକମାନେ ରାତିରୁ ଆସି ଏହି ଟୀକା କେନ୍ଦ୍ରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇଥିବା ଦେଖାଦେଇଛି । ସୁତ୍ରରୁ ପ୍ରକାଶ ଯେ କେହି ଜଣେ ଗୁଜବ ପ୍ରକାଶ କରୁଛି ଯେ ଟୀକା ନ ନେଲେ ରାସନ କାଡ଼ରୁ ରାସନ ମିଳିବ ନାହଁ,ଭତ୍ତା ମିଳୁଥିବା ଲୋକଙ୍କୁ ଭତ୍ତା ମିଳିବ ନାହଁ,ପିଲାମାନଙ୍କୁ ସ୍କୁଲରର ଆଡ଼ମିଶନ ନ ହେବା ସହିତ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ନାହିଁ ବୋଲି ଲୋକେ ଏହି ଗୁଜବ ପ୍ରଚାରରେ ଏହି ଜିଲ୍ଲା କୋବିଡ଼ ହସ୍ପିଟାଲରେ ଶହ ଶହ ସଂଖ୍ୟାରେ ଲମ୍ବା ଲାଇନ ଲଗାଇଥିବା ସହ ଗହଳି କରିଥିବା ଦେଖିବାକୁ ମିଳିଛି । ଏହାକୁ ପୋଲିସ ଓ ଏନଟିପିସିର ସିକୁରୀଟି ବୁଝାସୁଝା କରି ଶାନ୍ତିଶୃଙ୍ଖଳା ରକ୍ଷାକରି ଟୀକା ନେବାକୁ ଅନୁରୋଧ କରିଛନ୍ତି ।
ଗୁଜବ ପ୍ରଚାର,ଜିଲ୍ଲା ଏନଟିପିସି ହସପିଟାଲରେ ଅସମ୍ଭାଳ ଭିଡ଼
|
September 2, 2021 |



