ରସୁଲପୁର,୧୬/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ପଂଚାୟତର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ମହାବିଷୁବ ସଂକ୍ରାନ୍ତି ପାଳନ ସହ ଗୀତା ଅଧ୍ୟନ କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।
ଗୀତା ଅଧ୍ୟୟନ ଦ୍ୱାରା ମଣିଷମାନଙ୍କର ଦୈନନ୍ଦିନ ଚଳିନୀ, ଜୀବନଶୈଳିରେ ପରିବର୍ତ୍ତନ ଘଟିବା ସହ ମାନବିକତା ଓ ଆଧ୍ୟାତ୍ମିକତା ଗୁଣର ବିକାଶ କରିବାରେ ସହାୟକ ହୁଏ । ଏଥିସହ ପିଲାମାନଙ୍କୁ ଗୀତା ପଢିବା ଓ ପଢାଇବା ଦିଗରେ ଅଧ୍ୟୟନକେନ୍ଦ୍ରର ପ୍ରୋତ୍ସାହନ ଓ ପ୍ରେରଣା ଅନନ୍ୟ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଗୀତାଚାର୍ଯ୍ୟ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବରେ ଶିକ୍ଷାବିତ୍ ନିରଞ୍ଜନ ରଥ, ଅର୍ଜୁନ ଚରଣ ସାହୁ, ପ୍ରଭାକର ଭଦ୍ର, ପର୍ଶୁରାମ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପରୁସ୍କୃତ କରିଥିଲେ । କେନ୍ଦ୍ର ପକ୍ଷରୁ ସର୍ବଶ୍ରୀ ଅଭିମନୁ୍ୟ ସାହୁ, ରମେଶ ଦାସ, ରବିନାରାୟଣ ଗିରି ପ୍ରମୁଖ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ର ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୪୮ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ । କୁନିକୁନି ପିଲାମାନଙ୍କ ଗୀତା ଆବୃତିରୁ ଉତ୍ସବ ଆରମ୍ଭ ହୋଇଥିଲା ।
ଗୀତା ଅଧ୍ୟୟନ କେନ୍ଦ୍ରର ବାର୍ଷିକୋତ୍ସବ: ଗୀତା ଅଧ୍ୟୟନରେ ମାନବିକତା ଆଧ୍ୟାତ୍ମିକତା ଗୁଣର ବିକାଶ ଘଟେ
|
April 16, 2019 |