ଗାଡ଼ି ଚୋରୀ ଅଭିଯୋଗରେ ୩ଜଣଙ୍କୁ କୋର୍ଟ ଚାଲାଣ

Spread the love

ଯାଜପୁର ସଦର,୧୦ା୧୧: ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରୁ ୪ଚକିଆ ଯାନ ଗୁଡ଼ିକ ଚୋରୀ କରି କବାଡ଼ିଖାନାରେ ବିକ୍ରି କରିବାକୁ କଟାଯାଇ ଉଦ୍ୟମ କରାଯାଉଥିବା ବେଳେ, ଯାଜପୁର ଥାନା ପୋଲିସ ହାତରେ ଧରା ପଡ଼ି ଜେଲ ଯିବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଜଗତପୁରରୁ ଏକ ଚାରି ଚକିଆ ଯାନ ଚୋରୀକରି ରାଧା ବେହେରା କବାଡ଼ିଖାନାରେ ଶିତେଳେଶ୍ୱର ନିକଟରେ ଥିବା ରାଧା ବେହେରା କବାଡ଼ିଖାନାରେ ଗାଡ଼ି କାଟି ବିକୁଥିବା ବେଳେ, ଯାଜପୁର ପୋଲିସ କବାଡ଼ିଖାନକୁ ଅଚାନକ ଚଢ଼ାଉକରିଥିଲା । ଚଢ଼ାଉ ବେଳେ ହଜାର ହଜାର ଗାଡ଼ି କଟରେ କଟାଯାଇ କବାଡ଼ିଖାନାରେ ଗଛିତ ଥିବା ବେଳେ, ବାହାର ରାଜ୍ୟକୁ ବିକ୍ରି କରିବାପାଇଁ ରଖାଯାଇଥିବା ବେଳେ, କବାଡ଼ିଖାନାର ମାଲିକ ପିତାମ୍ବର ବେହେରା(ରାଧା) ସ୍କ୍ରାପ୍ କଟାଳି ସେକ୍ ଉସଲାମ(ଜୁମା) ଏବଂ ଗାଡ଼ି ଯୋଗାଉଥିବା ମାଷ୍ଟର ମାଇଣ୍ଡ ମାନସ ରଂଜନ ପାଳ(ବଙ୍ଗାଳୀ) ଆଜି ଏନେଇ ଏହି ଘଟଣାକୁ ନେଇ ଯାଜପୁର ପୋଲିସ ପକ୍ଷରୁ ଏସ୍ଡିପିଉ ସରୋଜ କୁମାର ଉପାଧେୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୧ତାରିଖରେ ବିଜୟ କେତନ ପଣ୍ଡା ଏହି ବ୍ୟକ୍ତି ତାଙ୍କ ବୋଲେରୋ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ ଚାଲୁଥିବା ବେଳ, ଜଗତପୁରରୁ ଚୋରୀ ହୋଇଥିବା ରାଧା କବାଡ଼ିଖାନରେ କଟାଯାଉଥିବା ସମୟରେ ଗାଡ଼ିର ମାଲିକ ଜିପିଆରଏସ୍ ଦ୍ୱାରା ଜାଣିବାକୁ ପାଇ ଯାଜପୁର ଟାଉନଥାନାକୁ ଖବର ଦେଇଥିଲେ । ଯାଜପୁର ଟାଉନ ଥାନା ପୋଲିସ ଥାନା ଅଧିକାରୀ ମାନସ ରଂଜନ ଚକ୍ର ଏବଂ ଯାଜପୁର ପୋଲିସର ମିଳିତ ଉଦ୍ୟମରେ କବାଡ଼ିଖାନରେ ଚଢ଼ାଉକରାଯାଇଥିଲା । ଏହି ଚୋରମାନେ ବସରେ ଯାଇ ଗାଡ଼ି ରହୁଥିବା ସ୍ଥାନରେ ପହଁଞ୍ଚି ଗାଡ଼ି ହରଣ କରିବାକୁ ଉଦ୍ୟମ କରୁଥିବା ବେଳେ, ଗାଡ଼ି ଗୁଡ଼ିକ ଚୋରୀ କରି ରାଧା କବାଡ଼ିଖାନାରେ ବିକ୍ରି କରନ୍ତି । ମାଷ୍ଟର ମାଇଣ୍ଡ ମାନସ ରଂଜନ ପାଲ ଏନେଇ ଯାଜପୁର ଏସ୍ଡିପିଉ ସରୋଜ କୁମାର ଉପାଧାୟ ରାଜ୍ୟର ବିଭିନ୍ନ ଥାନାକୁ ଚୋରୀ ସମ୍ପର୍କରେ ଜଣାଇ ଦେଇଥିବା ବେଳେ, ଏସ୍ଡିପିଓ ସରୋଜ କୁମାର ଉପାଧାୟ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ, ରାଧା କବାଡ଼ିଖାନା ଠାରୁ ଯାଜପୁର ଟାଉନ ଥାନା ୧.୫କିଲୋମିଟର ହୋଇଥିଲେ ମଧ୍ୟ ପୋଲିସ କିପରି ସନ୍ଧାନ ପାଇପାରିଲା ନାହିଁ ତାହା ସନେ୍ଧହ ପରିଶରରକୁ ଆସିଚି । ଯାଜପୁର ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ବେଳେ, ଗାଡ଼ି କିଣିଥିବା ଅଭିଯୋଗରେ ଏବଂ ଗାଡ଼ି ଗୁଡ଼ିକ କଟାଯାଇ ବିକ୍ରି କରୁଥିବା ଅଭିଯୋଗରେ ୩ଜଣ ଆସାମୀକୁ ଗିରଫ କରାଯାଇ ଯାଜପୁର କୋର୍ଟକୁ ଚାଲାଣ କରାଯାଇଥିବା ଯାଜପୁର ଟାଉନ ଥାନା ଅଧିକାରୀ ଏବଂ ଏସ୍ଡିପିଓ ସରୋଜ କୁମାର ଉପାଧାୟ ସୂଚନା ଦେଇଛନ୍ତି ।

Related Posts

About The Author

Add Comment