ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ । ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଛନ୍ତି । ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଥିଲେ । ଏହା ସହିତ ପରେଡରେ ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ସାମିଲ ହୋଇଥିଲା ।
ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
|
January 27, 2020 |



