ଗାଈକୁ ବଞ୍ଚାଇବାକୁ ଯାଇ ବାପ ପୁଅ ଜୀବନ ଦେଲେ

Spread the love

ଯାଜପୁର, ୧୬/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ମହା ପ୍ରଳୟଙ୍କରୀ ବନ୍ୟା ମାଡ଼ି ଆସିଥିବା ବେଳେ, ଗାଈ ବାଛୁରୀକୁ ବଞ୍ଚାଇବାକୁ ଯାଇ ବାପ ପୁଅ ଜୀବନ ଦେଲେ । ଏହିପରି ଘଟଣା ଦେଖିବାକୁ ମିଳିଚି ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ପଂଚାୟତ ଗଙ୍ଗାଧରପୁର ଗ୍ରାମରେ । ଘଟଣାରୁ ପ୍ରକାଶ ଯେ, ବ୍ରାହ୍ମଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଲଘୁଚାପ ବର୍ଷା ଯୋଗୁ ଆସିବାରୁ ବରୀ ବ୍ଲକ ନିକଟସ୍ଥ ଗଙ୍ଗାଧରପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଚି । ଗାଈ ବାଛୁରୀକୁ ବଞ୍ଚାଇବାକୁ ଯାଇ ଗଙ୍ଗାଧରପୁର ଗ୍ରାମର କିଶୋର ସିଂ ପୁଅ କୈଳାସ ସିଂ(୩୫) ବୋଲି ସୂଚନା ମିଳିଚି । ବ୍ରାହ୍ମଣୀ ଆସିବାରୁ ବିଭିନ୍ନ ଗ୍ରାମରେ ପାଣି ମାଡ଼ିଯାଇଥିବା ବେଳେ, କିଶୋର ସିଂଙ୍କ ଗାଈ ବାଛୁରୀ ବନ୍ଧା ହୋଇଥିବା ସମୟରେ ବନ୍ୟା ମାଡ଼ି ଆସିବାରୁ ଗାଈ ବାଛୁରୀକୁ ଫିଟାଇ ଅନ୍ୟ ସ୍ଥାନକୁ ନେଉଥିବା ବେଳେ, ନିକଟରେ ଥିବା ଏକ ଗାଡ଼ିଆରେ ଗାଈ ବାଛୁରୀ ପଶି ଯିବାରୁ କିଶୋର ଗାଈକୁ ନେଉଥିବା ସମୟରେ ପ୍ରଖର ସ୍ରୋତ ମାଡ଼ି ଆସିଥିଲା । ଗାଈଟି ପ୍ରଖର ସ୍ରୋତରେ ଭାସିଯିବାରୁ କିଶୋରଙ୍କ ପୁଅ କୈଳାସ ଗାଈ ବାଛୁରୀ ଏବଂ ବାପାକୁ ଉଦ୍ଧାର କରିବାକୁ ଯାଇ ଏହି ସ୍ରୋତରେ ଭାସିଯାଇଥିବା ବେଳେ, ଏହି ବ୍ରାହ୍ମଣୀନଦୀର ମାଟିଆପଡ଼ା ନିକଟରେ ୪ଟି ଘାଇ ହେବାରୁ ନଦୀର ଜଳ ପ୍ରଖର ଥିଲା । ନଦୀ ସ୍ରୋତରେ ବାପ ପୁଅ ବହୁତ ଦୂରକୁ ଭାସିଯିବାରୁ ସେମାନଙ୍କର କୌଣସି ସନ୍ଧାନ ମିଳିନଥିଲା । ଖବର ପାଇ ବରୀ ଦମକଳ ବାହିନୀ ଏବଂ ଓଡ୍ରାଫ୍ଟ ଟିମ ବାପ ପୁଅକୁ ଖୋଜୁଥିବା ବେଳେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ରିପୋର୍ଟ ଲେଖା ହେବା ବେଳକୁ କିଶୋର ଏବଂ ତାଙ୍କ ପୁଅ କୈଳାସର କୌଣସି ସନ୍ଧାନ ମିଳିନଥିବା ଜଣାଯାଇଚି ।

Related Posts

About The Author

Add Comment