ଗାଁ ସାଥୀଙ୍କ ନିଯୁକ୍ତି ପ୍ରସଙ୍ଗରେ ଗଣଧାରଣା

Spread the love

ଭଦ୍ରକ, ୩୦/୧୦ (ସନ୍ଧାନ ନିୟୁଜ) ଆଜି ଭଦ୍ରକ ଜିଲ୍ଲା ଗାଁସାଥୀ (ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ସଂଗଠନର ଆହ୍ୱାନକ୍ରମେ ଆଜି ଭଦ୍ରକ ଜିଲ୍ଲା ସଂଘ ତରଫରୁ ଜିଲ୍ଲାର ପି.ଡି. ଡି.ଆର୍.ଡି.ଏ. ଜିଲ୍ଲା ଓ ରାଜ୍ୟସ୍ତରୀୟ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରରେ ୪ ଦଫା ଦାବି ଯଥା – ପି.ଆର. ଡିପାର୍ଟେମେଣ୍ଟ ଚିଠି ନଂ. ୯୪୦ ତା ୧୧.୦୧.୧୯ ଅନୁଯାୟୀ ମାସକୁ ସର୍ବନିମ୍ନ ୧୦ ଦିନ କାର୍ଯ୍ୟ ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ପ୍ରାପ୍ୟ ପ୍ରଦାନ ସହିତ ଗାଁ ସାଥୀଙ୍କ ଷ୍ଟାଟସ୍ ରିପୋର୍ଟ ଓ ଡାଟାବେସ୍କୁ ସଠିକ୍ ଭାବେ ପ୍ରସ୍ତୁତି ଓ ରାଜ୍ୟକୁ ପ୍ରେରଣ, ଗାଁସାଥୀ (ମେଟ୍)ମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ, ମନରେଗାର ସମସ୍ତ ପ୍ରକଳ୍ପ କାର୍ଯ୍ୟାଦେଶ ଗାଁସାଥୀ (ମେଟ୍)ମାନଙ୍କ ନାମରେ ପ୍ରଦାନ ଇତ୍ୟାଦି ରହିଛି । ଠିକ୍ ସେହିପରି ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆମ ଗାଁସାଥୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା – ରାଜ୍ୟରେ ଥିବା ପ୍ରତି ଗାଁର ଦୁଇଜଣ ଗାଁସାଥୀ (ମେଟ୍)ମାନଙ୍କୁ ଗ୍ୟାରେଣ୍ଟି ଭାବେ ମାସକୁ ସର୍ବନିମ୍ନ ୧୦ ଦିନ ସରକାରୀ କାର୍ଯ୍ୟ ପ୍ରଦାନ କରାଯିବ । ଯେଉଁମାନେ ଏତକ କାର୍ଯ୍ୟ ପାଇପାରିବେନି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏକ କର୍ପସ ପାଣ୍ଠି ଗଠନ କରାଯାଇ ସେମାନଙ୍କୁ ନିର୍ଦ୍ଦିଷ୍ଟ ଏକ ନିୟମ ଆଧାରରେ ବେକାରୀ ଭତ୍ତା ପ୍ରଦାନ କରାଯିବ । ଏଥିପାଇଁ ପି.ଡି. ଡି.ଆର୍.ଡି.ଏ. ଜରିଆରେ ସଂଘ ଆଜି ଏକ ସ୍ୱତନ୍ତ୍ର ସ୍ମାରକପତ୍ର ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରୁଅଛି । ୫ମ ପାଳିରେ ସରକାର ଆସିବା ପରେ ସ୍ୱତନ୍ତ୍ର ଏକ ଆଲୋଚନା ମାଧ୍ୟମରେ ସରକାର ୩ ମାସ ସମୟ ନେଇଥିଲେ । ଏବେ ଉକ୍ତ ୩ ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଗାଁସାଥୀ (ମେଟ୍)ମାନଙ୍କର କ୍ଷତି କରିବା ପରି ୪ଟି ଚିଠି ପଞ୍ଚାୟତିରାଜ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ପଠାଯାଇଛି । ମାତ୍ର ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୨ ଓ ୧୯ ତାରିଖରେ ଆମ ଗାଁସାଥୀଙ୍କ ପାଇଁ ୨ଟି ସକରାତ୍ମକ ଚିଠି ଆମର ଟ୍ରେନିଂ, ୧୦ ଦିନର କାର୍ଯ୍ୟ, ଡାଟାବେସ୍, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ମାଗିବା ଆଦି ପ୍ରସଙ୍ଗରେ ଜିଲ୍ଲାକୁ ଆସିଥିଲା । ମାତ୍ର ସେସବୁ ଚିଠି କୌଣସି କାର୍ଯ୍ୟକାରୀ ଏଯାବତ୍ ହୋଇପାରି ନାହିଁ । ଏପରିସ୍ଥଳେ ଚଳିତବର୍ଷ ଜୁଲାଇ ୩୦ ତାରିଖରୁ ସେପ୍ଟେମ୍ବର ୨୭ ମଧ୍ୟରେ ୪ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠି ରାଜ୍ୟ ପି.ଆର. ଡିପାର୍ଟମେଣ୍ଟ କରି ସାରିଛନ୍ତି ।ଏଣୁ ପୂର୍ବ ପ୍ରତିଶୃତିକୁ ରକ୍ଷା କରି ଗାଁସାଥୀଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ, କର୍ପସ ଫଣ୍ଡ ଜରିଆରେ ବେକାରୀ ଭତ୍ତା ପ୍ରଦାନ ଓ ସେହି ୪ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠିର ତୁରନ୍ତ ପରିବର୍ତ୍ତନ ଦାବିରେ ରାଜ୍ୟ ସଂଘ ତରଫରୁ ଚଳିତ ୪ ନଭେମ୍ବରରୁ ଭୁବନେଶ୍ୱର ରାମ ମନ୍ଦିର ଆଗରୁ ଏକ ବିଶାଳ ର‌୍ୟାଲି ଜରିଆରେ ୫୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ବିଧାନସଭା ଆଗକୁ ଯାଇ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ଓ ଆନ୍ଦୋଳନ ଜାରି ରଖିବେ ବୋଲି ରାଜ୍ୟ ସଂଘର ନିଷ୍ପତ୍ତିକୁ ଆଜି ଭଦ୍ରକ ଜିଲ୍ଲା ସଭାପତି ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ପି.ଡି. ଡ.ଆର୍.ଡି.ଏ. ଠାରେ ଏକ ସ୍ୱତନ୍ତ୍ର ଗଣଧାରଣା ଦିଆଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଗାଁସାଥୀ ସଂଗଠକ ଯଥା – ଭରତ ବାରିକ, ଅକ୍ଷର ଜେନା,ଦେବାଶିଷ ପଣ୍ଡା, ରବୀନ୍ଦ୍ର ମାଝି, ଷୁସମାରାଣୀ ବେହେରା, ବୈଷ୍ଣବ ଦାସ, ମମତା ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment