ଗାଁ ରେ ବୁଲି ସ୍ୱାସ୍ଥ୍ୟ ସେବା ସହିତ ସଚେତନ କଲେ ଡାକ୍ତର ନିହାର କର

Spread the love

ଜେନାପୁର (ସନ୍ଧାନ ନିୟୁଜ୍)ଆଜି ବି ଅନ୍ଧ ବିଶ୍ୱାସ ପାଇଁ ଜୀଵନ ଯାଉଛି। ଝଡା ଫୁଙ୍କା କରି ଜୀଵନ ଅକାଳ ରେ ଯିବାର ଅନେକ ନଜିର ରହିଛି । ପ୍ରତିଟି ଜୀଵନ ମୂଲ୍ୟବାନ ଓ ସଚେତନତା ର ବାର୍ତା ନେଇ ଡାକ୍ତର ନିହାର ରଞ୍ଜନ କର ଓ ସଚେତନ ନାଗରିକ ମଞ୍ଚ ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ। ମିଶନ ଶୂନ୍ୟ ସର୍ପଆଘାତ ର ଲକ୍ଷ୍ୟ ନେଇ ଗାଁ ଗାଁ ରେ ଆରମ୍ଭ କରିଛନ୍ତି ସଚେତନତା ଅଭିଯାନ। ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ପଂଚାୟତ ଢ଼ିଅକଷ୍ଟି ଗ୍ରାମରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।ପରିବେଶ ପରିଷ୍କାର ରଖିବା ସହିତ ସଚେତନ ହେଲେ ଆମେ ସର୍ପ ଆଘାତ ଜନିତ ଆତଙ୍କ କୁ ଦୂରେଇ ଦେଇ ପରିବା ବୋଲି ଡାକ୍ତର ନିହାର କର ଗୁରୁତ୍ୱାରୋପ କରିଥିଲେ। ଗାଁ ର ଶତାଧିକ ପୁରୁଷ ମହିଳା ଙ୍କ ସମେତ ଯୁବକ ମାନେ ଉପସ୍ଥିତି ରହିବା ସହିତ ସଚେତନ ହୋଇଥିଲେ। ଗାଁ ର ଦାମୋଦର ମଳିକ କର୍କଟ ରୋଗ ରେ ନିଜ ପତ୍ନୀ ଙ୍କୁ ହରାଇ ଏବେ ତିନି ଝିଅ ସହିତ ଜଣେ ମାନସିକ ଭିର୍ଣକ୍ଷ୍ମ ପୁଅ ର ଚିକିତ୍ସା ପାଇଁ ସମସ୍ୟା ରେ ଯୁଝି ହେଉଛନ୍ତି । ପୁଅ ଅଜୟ ର ଚିକିତ୍ସା ପାଇଁ ଯଥା ସମ୍ଭବ ସହଯୋଗ କରାଯିବା ପାଇଁ ଡାକ୍ତର କର ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି।ସେହିପରି ଡାକ୍ତର ନିହାର ରଂଜନ କର, ଏହି ସଚେତନତା କାର୍ଯ୍ୟକ୍ରମ ରେ ଗାଁ ର ଅତି ମୁର୍ମୁଶ ଶଯ୍ୟାଶାୟୀ ବୃଦ୍ଧ ବୃଦ୍ଧା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅର୍ଦ୍ଧ ଶିକ୍ଷିତ ବ୍ୟକ୍ତି ଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅବଗତ କରାଇଥଲେ।ଏହି ଅଭିଯାନ ତୃଣମୂଳ ସ୍ତରରେ ଅନ୍ଧ ବିଶ୍ୱାସ କୁ ନିପାତ କରିବା ସହିତ ସଚେତନତା ମାଧ୍ୟମରେ ଅନେକ ଜୀଵନ କୁ ସୁରକ୍ଷା ଦେବ ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ମତ ରଖିବା ସହିତ ରୋଟାରିଆନ ଡାକ୍ତର ନିହାର ରଂଜନ କର ଙ୍କ ଉଦ୍ୟମ କୁ ପ୍ରଶଂସା କରାଯାଇଥିଲା।

Related Posts

About The Author

Add Comment