ଆରଡ଼ି, ୧୧/୦୭/୨୦୨୧ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ରେ କୋଇଲେଖା ଗ୍ରାମ। କିଛି ଦିନ ହେଲା ସେହି ଗ୍ରାମରେ କେତେକ ଶିକ୍ଷିତ ଯୁବକ ମାନଙ୍କୁ ନେଇ ଗଢ଼ି ଉଠିଛି ଏକ ସଂଗଠନ। କେତେକ ଉଦ୍ଦେଶ୍ୟ ମୂଳକ ଲକ୍ଷ୍ୟ ନେଇ ଏକାଠି ହୋଇ ଛନ୍ତି ଯୁବ ଗୋଷ୍ଟି। ଆଜି ଗାଁ ର ପରିବେଶ ସେମାନେ ଙ୍କ ନଜର କୁ ଆସିଥିଲା। ସରକାର ଙ୍କ ସ୍ୱଛ ଭାରତ ପାଇଁ ମାଳ ମାଳ ଯୋଜନା ଏଠାରେ ଅପହଞ୍ଚ। ସବୁ ଯୋଜନା କେବଳ କାନ୍ଥ ବାଡ଼ରେ ବଡ଼ ବଡ଼ ପୋଷ୍ଟର ରେ ନିବଦ୍ଧ। ସବୁ ଗାଁ ମାନଙ୍କ ରେ ଡ୍ରେନ ର ସୁବିଧା କରିବା ପାଇଁ ଯୋଜନା କରିଛନ୍ତି ସରକାର କିନ୍ତୁ ଯୋଜନା ଏଠି କାହା ପାଇଁ ପ୍ରଶ୍ନ କରିଛନ୍ତି ଏହି ଗାଁ ର ବାସିନ୍ଦା। ସରକାର ଙ୍କ ମାଳ ମାଳ ଯୋଜନା କୁ ନଜର ନ କରି। ଗାଁ ପରିବେଶ କୁ ସଫା ରଖିବାକୁ ଅଣ୍ଟା ଭିଡିଥିଲେ ସ୍ଵଳ୍ପ ସହାୟତା ସଂଗଠନ ର କର୍ମଚାରି ମାନେ। ଗାଁ ମୁଣ୍ଡରେ ଥିବା ନାଳ ଟି ଧୀରେ ଧୀରେ ପୋତି ହୋଇଯାଉଥିଲା। ବର୍ଷା ହେଲେ ଗାଁ ଯାକର ପାଣି ଏହି ବାଟ ଦେଇ ଗାଡିଆ ପୋଖରୀ କୁ ଯାଇ। ଗାଁ ଯାକର ସମସ୍ତ ଆବର୍ଜନା ବର୍ଷା ପାଣିରେ ଧୋଇ ହୋଇ ଏହି ପାଣି ବାଟରେ ଜମା ହୁଏ। ଧୀରେ ଧୀରେ ଆବର୍ଜନା ଜମା ହେବା ସହ ଏହା ପଚି ଶଢୀ ଯିବା ସହ ପାଣି ବାଟ ଟି ପୋତି ହୋଇ ଗଲାଣି। ବଡ଼ ଦୁର୍ଭାଗ୍ୟ ର କଥା ଏହି ଅପରିଷ୍କାର ପାଣି ଯାଉଥିବା ବାଟରେ ଗାଁ ର ଚଳପ୍ରଚଳ ପାଇଁ ଟିୱେଲ୍ ଟି ଅଛି। ଆବର୍ଜନା ପାଣି ନ ଯିବା ଫଳରେ ଟିୱେଲ୍ ପାଖରେ ପଚା ଦୁର୍ଗନ୍ଧ ରେ ପୋତି ହୋଇପଡୁଥିଲା ଗାଁ ମୁଣ୍ଡ ଟି। ଏହି ଟିୱେଲ ରୁ ପିଇବା ପାଣି ସହିତ ରୋଷେଇ ପାଇଁ ମଧ୍ୟ ପ୍ରାୟ ପଚାଶ ପରିବାର ନିର୍ଭର କରିଥାନ୍ତି। ଆଗକୁ ବର୍ଷା ଦିନକୁ ଲକ୍ଷ୍ୟକରି ଆଜି ସ୍ଵଳ୍ପ ସହାୟତା ର କାର୍ଯ୍ୟକର୍ତ୍ତା ପ୍ରଭାତ ବିଶ୍ବାଳ ଙ୍କ ନେତୃତ୍ୱ ରେ ବସନ୍ତ ବାରିକ୍ ଙ୍କ ସହଯୋଗରେ ରେ ଏହି ଗାଁ ମୁଣ୍ଡ ପାଣି ବାଟ ଟିକୁ ସଫା କରାଯାଇ ବ୍ଲିଚିଁ କରାଯାଇଥିଲା। ଆସନ୍ତା ଭବିଷ୍ୟତ ରେ କିପରି ଏହି ପାଣି ଯିବା ବାଟ ଟିକୁ ସଫା ରଖା ଯିବା ସହ ଏଠାରେ କୌଣସି ଆବର୍ଜନା ନ ପକାଇ ବାକୁ ଗାଁ ଲୋକ ଙ୍କୁ ପରାମର୍ଶ ଦେଇଥିଲେ ସ୍ଵଳ୍ପ ସହାୟତା ସଂଗଠନ ର ସଦସ୍ୟ ମାନେ। ଏହି ସଂଗଠନ ଟି ଆସନ୍ତା ଭବିଷ୍ୟତ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବାଲାଗି ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳୁଛି।
ଗାଁ ପରିବେଶ ସଫା କଲେ ଯୁବ ସଂଗଠନ
|
July 11, 2021 |