ଗାଁ ଗାଁରେ ଚାଲିଛି କ୍ରିକେଟ ଖେଳ , ସଚେତନ ହୋଇବି ଚେତୁ ନାହାନ୍ତି ଯୁବ ଗୋଷ୍ଠୀ

Spread the love

ଚଣ୍ଡିଖୋଲ, ୨୬/୦୩ (ସନ୍ଧାନ ନିୟୁଜ) ସାରା ଭାରତରେ କରୋନାର ଆତଙ୍କ ଖେଳିଥିବା ବେଳେ ଭାରତ ସରକାର ଲକ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ଗରୁତର ଭାବେ ନେଇ ରାଜ୍ୟ ସରକାର ମଧ୍ୟ ପୁରା ରାଜ୍ୟରେ ଲକ ଡାଉନ୍ ଜାରି କରି କାହାରିକୁ ଘରୁ ବାହାରିବାକୁ ବାରଣ କରିବା ସହିତ ସଚେତନତା କରୁଛନ୍ତି । ମାତ୍ର ଏବେ ବିଭିନ୍ନ କାର୍ଯ୍ୟପନ୍ଥା ଏବଂ ଅନ୍ୟ ରାଜକୁ ଯାଇ ଗ୍ରାମକୁ ଫେରିଆସିଥିବା ଯୁବଗୋଷ୍ଠୀ ମାନେ ଏହାକୁ ହାଲୁକା ଭାବେ ଗ୍ରହଣ କରୁଥିବା ନଜର ି ରହିଛି । ପ୍ରତି ଗ୍ରାମରେ ବିଭିନ୍ନ ଖେଳ ପଡିଆରେ ଏକାଠି ଭାବେ କିକ୍ରେଟ ଖେଳରେ ମାତି ରହୁଥିବା ବେଳେ ବିଭିନ୍ନ ଭୋଜିଭାତରେ ମଜି ରହୁଛନ୍ତି । ନିକଟରେ ଖୋସାଲିପୁର, ଧାନମଣ୍ଡଳରେ ଏଭଳି ଖେଳୁଥିବା ବେଳେ ପୋଲିସ ବାହିନି ପଂହଚି ଯୁବ ଗୋଷ୍ଠୀଙ୍କ ବାଡେଇବାରେ ପରେ ମଧ୍ୟ ଅନ୍ୟ ଗ୍ରାମରେ ଏଭଳି ଖେଳ ପ୍ରତିଦିନ ଚାଲିଛି । ଧର୍ମଶାଳା ବ୍ଳକ ହରିଦାସପୁର, କଦଳା ଆଦି ଗ୍ରାମରେ ଏହି ଖେଳ ଚାଲୁଥିବା ମଧ୍ୟ ଦେଖାଯାଇଛି । ଏପରକି ବାଲିଗରି ହରିଦାସପୁର କଂଚିଆ ସ୍କୁଲ ପାଖରେ ଏଭଳି ଭାବରେ ପ୍ରତିଦିନ ୧୦୦ରୁ ଉର୍ଧ ଯୁବକ କି୍ରକେଟ ଖେଳରେ ମାତି ଯାଉଛନ୍ତି । ଏପରିକି ଏହି ଗ୍ରାମକୁ ଅନ୍ୟ ରାଜ୍ୟକୁ କେତକ ଯୁବକ ଫେରିଥିବା ବେଳେ ମଧ୍ୟ ସେମାନଙ୍କ ଦେହ ଖରାପ ହେବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସୁଛି । ତେବେ ପ୍ରଶାସନ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment