ଗଳ୍ପ : ନିଜର ଆତ୍ମବିଶ୍ବାସ ରେ ଭରଷା ରଖ

Spread the love
ଜଙ୍ଗଲ ରେ ଏକ ଋଷିି ରହୁଥିଲେ। ତାଙ୍କର ମଧ୍ୟ ଦୁଇ ଶିଷ୍ୟ ଥିଲେ। ଜଣେ ବହୁତ ଇଶ୍ଵର ବିଶ୍ବାସୀ ଥିବା ବେଳେ ଅନ୍ୟଜଣେ ନିଜର କର୍ମ ଉପରେ ଅଗାଢ଼ ବିଶ୍ୱାସ କରୁଥିଲା। ଦିନେ ଋଷିି ଜଣକ ଦୁଇ ଶିଷ୍ୟ ଙ୍କୁ ଡାକି ଆଦେଶ ଦେଲେ। ଯାଓ ଏବଂ ଦୁନିଆ ରେ କେତେ ଜଣ କର୍ମ ନକରି  ଫଳ ଆଶାରେ ଇଶ୍ଵର ଙ୍କୁ ଭରଷା କରି ଅଛନ୍ତି ଦେଖିଆସ ତାଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାଥନା କରାଯାଇ କିଛି ସୁବିଧା କରାଯିବ। ଏହି କଥା ଶୁଣି କର୍ମ କରୁ ନଥିବା ଶିଷ୍ୟ ଟି ଅତ୍ୟନ୍ତ ଖୁସି ହୋଇ ଗଲା ଭାବିଲା ଯାହା ହେଉ ଭଗବାନ ଏତେ ଦିନ ପରେ ତା ର ଡ଼ାକ ଶୁଣିଛନ୍ତି। ପରଦିନ ସକାଳୁ ଦୁଇ ଶିଷ୍ୟ ବାହାରି ପଡ଼ିଲେ। ବହୁ ଦୂର ଗଲା ପରେ ବାଟରେ ଏକ ନଦୀ ପଡ଼ିଲା । ନଦୀ ପାର କରିବା ପାଇଁ ନାଉରୀ ନଥିଲା କିନ୍ତୁ ଦୁଇଟି ନୌକା ଥିଲା। ଗୋଟିଏ ରେ ଆହୁଲା ଥିଲା ବେଳେ ଅନ୍ୟଟି ପାଲ ବନ୍ଧା ହୋଇଥିଲା। କର୍ମ କରୁ ନଥିବା ଶିଷ୍ୟ ଟି ଭାବିଲା ଆହୁଲା ମାରି ନଦୀ ପାର ହେବା ବହୁତ କଷ୍ଟ ହେବ କିଏ ଏତେ ପରିଶ୍ରମ କରିବା ଅପେକ୍ଷା ପାଲ ବନ୍ଧା ନୌକା ରେ ବିନା ପରିଶ୍ରମ ରେ ନଦୀ ପାରହେବ।  ଏହା ଭଲ ମନେ କରି ଶେଷରେ ପାଲ ବନ୍ଧା ନୌକା ରେ ତରତର ହୋଇ ଚଢ଼ିଗଲା କିନ୍ତୁ କର୍ମ କରୁଥିବା ଲୋକ ଟି କୁ ଏତେ ବଡ଼ ନଦୀ କୁ ଆହୁଲା ମାରି ପାର ହେବାର ଭୟ ଥିଲେ ମଧ୍ୟ ନିଜ ଉପରେ ଅଗାଢ ବିଶ୍ୱାସ ରଖି କୁଳରୁ ବାହାରିଲା। କିଛି ବାଟ ଦୁହେଁ ଗଲା ପରେ ମଝିନଦିରେ ପହଂଚିବା କ୍ଷଣି ଜୋର୍ ରେ ପବନ ବୋହିବା ଆରମ୍ଭ କରିଦେଲା। ଧିରେ ଧିରେ ନଦୀ ଅଶାନ୍ତ ହେବାରେ ଲାଗିଲା। ତେଣୁ ନୌକା କୁ କୂଳରେ ଲଗାଇବା କାଠିକର ପାଠ ହୋଇ ପଡୁଥିଲା। ତେଣୁ ନିଜ ର କର୍ମ ଉପରେ ବିଶ୍ୱାସ ରଖିଥିବା ଆହୁଲା ଧାରି ଶିଷ୍ୟ ଟି ପ୍ରତିକୁଳତା ସତ୍ବେ ନିଜର ଏକନିଷ୍ଠ ଯୋଗୁ କୂଳରେ ପହଂଚିଲା। କିନ୍ତୁ କର୍ମ ନକରି ଭଗବାନ ଙ୍କ ଉପରେ ଭରଷା କରି ପାଲ ବନ୍ଧା ନୌକା ରେ ବସି ଥିବା ଶିଷ୍ୟ ଟି ର ନୌକା ବିପପୂର୍ଣ୍ଣ ଥିବା ବେଳେ ନୌକା ଟି କୁଳ ପାଖରେ ପହଂଚିବା ପୂର୍ବରୁ ଓଲଟି ପଡିଥିଲା କିନ୍ତୁ ଭଗ୍ୟବଶତ ଶିଷ୍ୟ ଟି ପଂହରୀ ପଂହରି କୂଳରେ ପହଂଚି ଗଲା।
ଆହୁଲା ଧାରି ଶିଷ୍ୟ ପଚାରିଲା- ତୁମ ପାଖରେ ଆହୁଲା ନଥିଲା କି?
ସେ ଉତ୍ତର ଦେଲା- ହଁ ଅଛି।
ଆହୁଲା ଧାରି ଶିଷ୍ୟ- କିନ୍ତୁ ତୁମେ ଆହୁଲା ବ୍ୟବହାର କରୁ ନଥିଲ।
ସେ ଉତ୍ତର ଦେଲେ- ମୁଁ ବିନା ପରିଶ୍ରମ ରେ ଆହୁଲା ନ ମାରି ପାଲ ବନ୍ଧା ନୌକା ରେ ପାର ହେବାକୁ ଚାଂହିଥିଲି।
ଆହୁଲା ଧାରି ଶିଷ୍ୟ- ତୁମେ ଏମିତି ବିପଦ ଜନକ ଭାବେ ପାରି ହେଉଛ ତୁମକୁ ଭୟ ଲାଗୁନାହିଁ।
ସେ ଉତ୍ତର ଦେଲେ-ମୋର ମୋ ଠାରୁ ଭଗବାନ ଙ୍କ ଉପରେ ଅଗାଢ ବିଶ୍ୱାସ ଅଛି ସେଥି ପାଇଁ ।
କିନ୍ତୁ ତୁମେ ଏତେ ବଡ଼ ନଦୀକୁ ଆହୁଲା ମାରି ମାରି କେମିତି ସୁରୁଖୁ ରୁରେ ପାର ହେଲ।
ଆହୁଲା ଧାରି ଶିଷ୍ୟ- ମୁଁ ସେଇ ଭଗବାନ ଙ୍କ ଉପରେ ଭରଷା ରଖିଥିଲି କିନ୍ତୁ ନିଜ ଉପରୁ ଆତ୍ମବିଶ୍ବାସ ହରାଇ ନଥିଲି।
 ନିଜ ର କର୍ମ ଉପରେ ଆତ୍ମବିଶ୍ବାସ ରଖି ଭଗବାନ ଙ୍କୁ ଡାକିଲେ ଏହା ଠାରୁ ମଧ୍ୟ ବଡ଼ ବଡ଼ ନଦୀ ସମସ୍ତେ ପାର ହୋଇ ପାରିବେ।

Related Posts

About The Author

Add Comment