ବାରିପଦା, 08/10 (ସନ୍ଧାନ ନ୍ୟୁଜ୍) :- ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୮ନଂ ଏବଂ ଜାତୀୟ ରାଜପଥ ୪୯ ର କାର୍ଯ୍ୟ ଖୁବ୍ ଜୋରସାରରେ ଚାଲୁଥିବା ବେଳେ ଜନ ସାଧାରଣଙ୍କ ସୁବିଧା ନିମନ୍ତେ କେତେକ ସ୍ଥାନରେ ଗଳା ପୋଲ ଓ ଫୁଟ ଓଭର ବ୍ରିଜ ପାଇଁ ସଂସଦ ଇଂ ବିଶେଶ୍ଵର ଟୁଡ଼ୁଙ୍କ ଉଦ୍ୟମକୁ ପ୍ରଶଂସା କରା ଯାଇଛି । ୨୦୧୯ ସାଧାରଣ ନିର୍ବାଚନ ରେ ଜିଲ୍ଲା ରେ ଭାରତୀୟ ଜନତା ପାର୍ଟିର ଇଂ ବିଶେଶ୍ୱର ଟୁଡୁ ସଂସଦ ଭାବେ ବିଜୟୀ ହେବା ଠାରୁ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଏହି ଦୁଇ ଜାତୀୟ ରାଜପଥ ଦ୍ବାରା ଜିଲ୍ଲାବାସୀ କିପରି ଉପକୃତ ହେବେ ସେ ନେଇ ଅନବରତ ଚେଷ୍ଟିତ ରହିଛନ୍ତି । ସଂସଦ ହେବା ଠାରୁ ଏପର୍ଯ୍ୟନ୍ତ ଜାତୀୟ ରାଜପଥ ୧୮ଓ ୪୯ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରେ ଉପୁଜୁଥିବା ସମସ୍ୟା କୁ ସେ ସୂଚାରୁ ରୂପେ ସମାଧାନ କରିଚାଲିଛନ୍ତି । ଜାତୀୟ ରାଜପଥ ନିର୍ମାଣ ପୂର୍ବରୁ ହୋଇଥିବା ସର୍ଭେରେ ଜିଲ୍ଲାର ବିଭିନ୍ନ ମୁଖ୍ୟ ସ୍ଥାନ ମାନଙ୍କରେ ଫୁଟଓଭର ବ୍ରିଜ, ଓଭର ବ୍ରିଜ, ଅଣ୍ଡର ପାସକୁ ସ୍ନାନ ଦିଆଯାଇ ନଥିଲା ଏହା ଫଳରେ ଜାତୀୟ ରାଜପଥ ଲୋକଙ୍କ ପାଇଁ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ସ୍ଵରୁପ ବିଭିନ୍ନ ସ୍ଥାନରେ ବହୁ ଦୁର୍ଘଟଣା ରେ ଧନ ଜୀବନ ନଷ୍ଟ ହେଉଅଛି । ଏହାକୁ ଆଖୁ ଆଗରେ ରଖୁ ଏବଂ ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ଅନୁରୋଧ କ୍ରମେ ମାନ୍ୟବର ସଂସଦ ଇଂ ଟୁଡୁ ଙ୍କ ପ୍ରଚେଷ୍ଟା ରେ ପୁଣି ଥରେ ସର୍ଭେ ହୋଇ ଜିଲ୍ଲାର ମୁଖ୍ୟ ସ୍ଥାନ ମାନଙ୍କରେ ଫୁଟ ଓଭର ବ୍ରିଜ, ଓଭର ବ୍ରିଜ, ଅଣ୍ଡର ପାସ ମାନ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ଏହାର ଫଳ ସ୍ୱରୂପ ଜାତୀୟ ରାଜପଥ ୧୮ର ବେତନଟୀ ଠାରେ ଗଳାପୋଲ କାର୍ଯ୍ୟ ସମୂର୍ତ୍ତି ହେବାକୁ ଥିବା ବେଳେ, କୁଚେଇ ଠାରେ ଫୁଟ ଓଭର ବ୍ରିଜ, କୁଳିଅଣା ଠାରେ ଅଣ୍ଡର ପାସ, କଳାବାଡ଼ିଆ ଠାରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥ ୪୯ ର ଟଙ୍ଗାବିଲା ଠାରେ ଓଭର ବ୍ରିଜ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ବିଶୋଇ ଠାରେ ଫୁଟ ଓଭର ବ୍ରିଜ ଓ ଓଭର ବ୍ରିଜ ଆରମ୍ଭ ନିର୍ମାଣ କାର୍ଯ୍ୟ ସଂପର୍କ ରେ ସାଂସଦ କିଛି ଦିନ ତଳେ ନିଜେ ଆଲୋଚନା ମଧ୍ୟ କରିଥିଲେ । କୁଳିଅଣା ଗଳାପୋଲ ନେଇ ଇ-୫ ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ଼ି କୁ କାର୍ଯ୍ୟାଦେଶ ମିଳିସାରିଥିବାରୁ ଗତକାଲି ସଂସଦ ଙ୍କ ପରମର୍ଶ କ୍ରମେ ଭୂମିପୂଜା କରାଯାଇଥିଲା । ତତ୍ ସହିତ ସାଂସଦ ଇଂ ଟୁଡୁ ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଇ ୫ ଇନ୍ଫ୍ରାଷ୍ଟ୍ରକୁଚର ପ୍ରାଇଭେଟ ଲିମିଟେଡ଼ ଓ ଜାତୀୟ ରାଜପଥ ପ୍ରାକରଣ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । କୁଳିଅଣା ଗଳାପାଲ ଓ କଳାବାଡିଆ ଓଭରବ୍ରିଜ ଡିଜାଇନ ମଞ୍ଜୁର ହେଲା ପରେ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବାଲି ଜଣାପଡ଼ିଛି । କଳାବାଡିଆ ଓଭରବ୍ରିଜ ପାଇଁ ଜଙ୍ଗଲ ବିଭାଗରୁ ମଧ୍ୟ ଅନୁମତି ମିଳି ସାରିଥିବା ଜଣା ପଡ଼ିଛି ।