ଗଳା କାଟି ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତ ଗିରଫ

Spread the love

ବ୍ରହ୍ମପୁର, 01.02.2021, (ସନ୍ଧାନ ନିଉଜ୍):- ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାର ଗଳା କାଟି ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତ ଗିରଫ। ସୋରଳ ଓଡିଆର୍‌ପି କଲୋନୀରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଗତ ୨୮ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଦୁର୍ବୃତ୍ତମାନେ। ନାବାଳିକା ଜଣଙ୍କ ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରି କି ପୀଡିତାଙ୍କ ଗଳା କାଟିବା ସହ ମୁଣ୍ଡ ଓ କାନକୁ ଧାରୁଅ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣରେ ବ୍ୟବହୃତ ୩ଟି ଇଟାଖଣ୍ଡ, ରକ୍ତ ଏବଂ ୩ଟି ଭଙ୍ଗା ଦାନ୍ତ ଜବତ କରିଛି ପୋଲିସ।  ଗୋଳନ୍ଥରା ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି।  ଏ ସଂପର୍କରେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

Related Posts

About The Author

Add Comment