ଗରିବ ରାଷ୍ଟ୍ର ପାକିସ୍ତାନ ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ଙ୍କୁ ଉପହାରରେ ଦେଲା ସୁନାରେ ନିର୍ମିତ ଆସଲ୍ଟ ରାଇଫଲ୍‌

Spread the love

ଇସ୍‌ଲାମାବାଦ,୨୧ /୨(ସନ୍ଧାନ ନିଉଜ) : ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଚାରିଆଡ଼ୁ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେବା ପରେ ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ପରିସ୍ଥିତି ଏପରି ହୋଇଛି ଯେ ଦେଶ ଚଳାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚୀନ୍‌ ସମେତ ଅନ୍ୟ ରାଷ୍ଟ୍ର ନିକଟରେ ହାତ ପତାଇବା ପାଇଁ ସୁଦ୍ଧା ବାଧ୍ୟ ହୋଇଛନ୍ତି।

ତେବେ, ଏକ ଗରିବ ରାଷ୍ଟ୍ରର ଅପଖ୍ୟାତି ମୁଣ୍ଡାଇ ଥିବା ପାକିସ୍ତାନ ନିକଟରେ ତା’ ଦେଶକୁ ପ୍ରଥମ ସରକାରୀ ଗସ୍ତରେ ଆସିଥିବା ସାଉଦିର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କୁ ଯେଉଁ ଉପହାର ଦେଇଛି ତାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି।

ଇସ୍‌ଲାମାବାଦ ଗସ୍ତ ଅବସରରେ ସାଉଦିର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବାସଭବନକୁ ଯାଇଥିବା ବେଳେ ସେଠାରେ ପାକିସ୍ତାନ ସିନେଟର ଅଧ୍ୟକ୍ଷ ସାଦ୍ଦିକ ସଞ୍ଜରାନୀ ପାକିସ୍ତାନ ସରକାରଙ୍କ ପକ୍ଷରୁ ସୁନାରେ ନିର୍ମିତ ଏକ ଆସଲ୍ଟ ରାଇଫଲ୍‌ ସହ ଏକ ପୋଟ୍ରେଟ୍‌ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ତେବେ, ଗରିବ ରାଷ୍ଟ୍ର ପାକିସ୍ତାନ, ସାଉଦିର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କୁୁ ପ୍ରଦାନ କରିଥିବା ଏ ବିଚିତ୍ର ଓ ବହୁମୂଲ୍ୟ ଉପହାରକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।

Related Posts

About The Author

Add Comment