ଗରିଙ୍ଗକେଲା ଧାନ ମଣ୍ଡିରେ ବେଆଇନ ଭାବେ ମିଲରଙ୍କ ଧାନ କିଣା ଓ ଧାନ କିଣା ଦଲାଲ ହାତରେ

Spread the love

ସୁନ୍ଦରଗଡ଼ ତା:୨୬/୧/୨୦୨୨( ସନ୍ଧାନ ନିଉଜ / ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତରେ କ୍ରମାଗତ ଭାବରେ ଦଲାଲଙ୍କ ଦ୍ୱାରା ଧାନ କିଣା ଚାଲିଛି । ମିଲର ନିଜର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ନ କରି ଅବାଧରେ ଅଂଚକରେ ଥିବା ବିଭିନ୍ନ ଦଲାଲଙ୍କ ଦ୍ୱାରା ଧାନ କିଣା ଚଳାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏହିପରି ଭାବରେ ପ୍ରତ୍ୟେକ ଦିନ ଅବାଧରେ ଧାନକିଣା ଚାଲିଛି । ଧାନରେ ପ୍ରତ୍ୟେକ ମିଲରଙ୍କ ବୈଠକ କ୍ରମେ କୁଇଣ୍ଟଲ ପିଛା ତିନି କେଜି ଧାନ କଟା ଯିବାର ଧାର୍ଯ୍ୟ କରାଯାଇଥିବା ବେଳେ ଅଞ୍ଚଳର କେତେକ ଦଲାଲଙ୍କ ଦ୍ୱାରା ଉତ୍କୃଷ୍ଟ ଧାନ ଥାଇମଧ୍ୟ ବସ୍ଥାପିଛା ୪ ରୁ ୫ କେଜି ବେଆଇନ ଭାବେ ପ୍ରତେକ ଦିନ କଟାଯାଉଥିବା ବେଳେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ବାରମ୍ବାର ସ୍ଥାନୀୟ କତ୍ତୃପକ୍ଷଙ୍କ ସହିତ ମିଳରଙ୍କୁ ଅବଗତ କରାଗଲେ ମଧ୍ୟ କୌଣସି କାର୍ଯ୍ୟକାରୀ ନ ହେବା ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି । ଅତିଶୀଘ୍ର ଏଦିଗରେ କିଛି ପଦକ୍ଷେପ କରା ନ ଗଲେ ଚାଷୀ ମନେ ଭିବିନ ଅସୁବିଧା ର ସମ୍ମୁଖୀନ ହଉ ଛନ୍ତି। ଏହା ପ୍ରତି ସ୍ଥାନୀୟ ଲାମ୍ପସ ଏବଂ ସର୍ଗପାଲି ସୋସାଇଟି କୌଣସି ଚାଷୀ କୁ କୌଣସି ସହଯୋଗ ନ କରିବାରୁ ମିଲରଙ୍କ ମନମୁତାବକ ଦ୍ୱାରା ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

Related Posts

About The Author

Add Comment