ବାଙ୍କି ୨୫/୧ (ସନ୍ଧାନ ନିୟୁଜ) : ଗରା ଭିତରେ ଫସିଗଲା ଶିଶୁ । ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ । ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ । ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଂଟା କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ କଟର୍ ସାହାର୍ଯ୍ୟରେ ଷ୍ଟିଲ୍ ଗରାକୁ କାଟି ପିଲାଟିକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ବାଙ୍କି ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ସଂଧ୍ୟା ସମୟରେ ଏକ ଅଢେଇ ବର୍ଷର ପିଲାଟି ଖେଳୁଥିବା ସମୟରେ ଏକ ଷ୍ଟିଲ୍ ଗରା ଭିତରେ ପଶିଯାଇଥିଲା । କିନ୍ତୁ ଗରା ଭିତରୁ ଆଉ ବାହାରି ପାରିନଥିଲା । ସାହି ପଡିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ପିଲାଟିର ଅଂଟା ଗରା ଭିତରେ ଫସି ରହିଥିବାରୁ ସେ ଆଉ ଗରା ଭିତରୁ ବାହାରି ପାରିନଥିଲା ।
ଗରା ଭିତରେ ଫସିଗଲା ଶିଶୁ
|
January 25, 2020 |