ଲୋକଙ୍କୁ ସରକାର ଶସ୍ତାରେ ଏୟାର କଣ୍ଡିସନ ବା ଏସି ଯୋଗାଇଦେବେ । ଏହି ଏସି ଶସ୍ତାରେ ବଜାରରେ ଉପଲବ୍ଧ ହେବ । ଖବର ଅନୁସାରେ, ସରକାରଙ୍କ ପକ୍ଷରୁ ଦିଆଯିବାକୁଥିବା ଏସି ବଜାରରେ ମିଳୁଥିବା ଏସିର ଦାମଠାରୁ ୧୫ରୁ ୨୦ ପ୍ରତିଶତ କମ ରହିବ । ଏଲଇଡି ଭଳି ଘରେ ଘରେ ଶସ୍ତାରେ ଏସି ଯୋଗାଇଦେବା ଲକ୍ଷ୍ୟରେ ସରକାର ଖୁବଶୀଘ୍ର ଏହି ନିଷ୍ପତି ନେଇପାରନ୍ତି । ବଜାରରେ ଏହି ଏସି ସରକାରୀ କମ୍ପାନୀ ଇଇଏସଏଲ ଯୋଗାଇବ । ସବୁଠାରୁ ବଡ କଥା ହେଲା, ଏଭଳି ଶସ୍ତା ଏସି ବ୍ୟବହାର ଦ୍ୱାରା ଆପଣଙ୍କ ବିଜୁଳି ବିଲ୍ ବି କମ ହେବ । ବିଜୁଳି ବିଲ ୩୫ରୁ ୪୦ ପ୍ରତିଶତ କମ ଆସିବ ।
ଏହାଛଡା ଘରେ ବସି ଅନଲାଇନରେ ବି ଆପଣ ଏସି କିଣିପାରିବେ । ଆଉ ବୁକିଂ କରିବାର ୨୪ ଘଂଟା ମଧ୍ୟରେ ଘରେ ପଂହଚିଯିବ ଏସି । ଏଥିପାଇଁ ବିଜୁଳି ବିଲ ଦେଖାଇବାକୁ ପଡିବ । ଯାହା ନାଁରେ ବିଜୁଳି କନେକ୍ସନ ଥିବ ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଜୁଲାଇରେ ଏହି ଯୋଜନା ଲଂଚ ହୋଇପାରେ । ଏହି ଏସି ସହିତ ଏକ୍ସଚେଞ୍ଜ ଅଫରର ଫାଇଦା ମିଳିବ । ବଜାରରେ ମିଳୁଥିବା ଫାଇଭ-ଷ୍ଟାର ରେଟିଂ ଏସିଠାରୁ ଏହାର କ୍ଷମତା ଅଧିକ ରହିବ । ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଲୋକଙ୍କୁ ଏହି ଯୋଜନାର ଫାଇଦା ମିଳିବ ।