ଯାଜପୁର, (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତର ତୁରଙ୍ଗ ସାହାସପୁର ଗ୍ରାମର ସ୍ୱର୍ଣ୍ଣପ୍ରଭା ଖଟୁଆ ଗବେଷଣାରେ ଡକ୍ଟରଟେ ଡିଗ୍ରୀ ହାସଲ କରିଛନ୍ତି । ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବାରିପଦା ତକତପୁରରେ ଓଡିଆ ବିଭାଗରେ ଦୀର୍ଘଦିନ ଧରି ଗବେଷଣା କରୁଥିଲେ । ତାଙ୍କର ଗବେଷଣା ନିବନ୍ଧ “କବି ଶୈଳଜ ରବିଙ୍କ କାବ୍ୟମାନସ: ଏକ ଅଧ୍ୟୟନ”କୁ ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ତତ୍ତ୍ୱ୍ୱାବଧାନରେ ଗବେଷଣା କରୁଥିଲେ । ତାଙ୍କ ଗବେଷଣାଟି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର କୈଳାଶ ପଟ୍ଟନାୟକ ଓ ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ଡକ୍ଟର ଖଟୁଆ ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଳକ ଅନ୍ତର୍ଗତ, ସଂପାରୁ ଗ୍ରାମପଂଚାୟତର ତୁରଙ୍ଗ (ସାହାସପୁର) ଗ୍ରାମର ଶ୍ରୀଯୁକ୍ତ ଯୁଗଳ ଚରଣ ଖଟୁଆ, ଶ୍ରୀମତୀ ସତ୍ୟଭାମା ଖଟୁଆଙ୍କ ଝିଅ । ସେ ତାଙ୍କର ଏ ଶ୍ରେୟ ତାଙ୍କ ମାର୍ଗଦର୍ଶକ ମହାପାତ୍ର ସାର୍, କବି ଶୈଳଜ ରବି ସାର୍, ପିତାମାତା, ବଡଭାଇଭଉଣୀ, ଭିଣେଇ, ସାନଭାଇଭଉଣୀ, ବନ୍ଧୁ ତଥା ତାଙ୍କ ଜୀବନର ସମସ୍ତ ଗୁରୁମାନଙ୍କୁ ଅର୍ପଣ କରିଛନ୍ତି । ସ୍ୱର୍ଣ୍ଣପ୍ରଭା ଜଣେ ସ୍ରୁଜନଶୀଳ ସ୍ରଷ୍ଟା ଭାବରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କ୍ରୁତ ଓ ସମ୍ୱର୍ଦ୍ଧିତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସେ ମୁକୁନ୍ଦପାତ୍ର ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପିକା ଭାବରେ କାର୍ଯ୍ୟକରୁଛନ୍ତି ।
ଗବେଷଣାରେ ସ୍ୱର୍ଣ୍ଣପ୍ରଭା ଖଟୁଆ ପାଇଲେ ଡକ୍ଟରଟେ
|
March 29, 2023 |



