ଯାଜପୁର ସଦର/ଧର୍ମଶାଳା (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅରାବଳ ପଂଚାୟତର ସ୍ୱାସ୍ଥ୍ୟ କେନ୍ଦ୍ରର ୪ର୍ଥ ଶ୍ରେଣୀ କର୍ମଚାରୀ ଗଦାଧର ଦେହୁରୀଙ୍କ ବିଦାୟ କାଳିନ ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଆୟୋସ୍ ଡାକ୍ତର ଚିତ୍ରଲେଖାଙ୍କ ସଭାପତିତ୍ୱରେ ସଭା ଆୟୋଜନ କରାଯାଇଥିଲା । ଧର୍ମଶାଳା ମେଡିକାଲର ଡାକ୍ତର ପ୍ରଦ୍ୱିପ୍ତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଦାଧର ଦେହୁରୀଙ୍କ ଅବସର କାଳିନ ବିଦାୟ ସମ୍ବର୍ଦ୍ଦନା ସଭାରେ ଶ୍ରୀ ଜେନା ଯୋଗଦାନ କରିଥିଲେ । ଡଃ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଦାଧର ଦେହୁରୀଙ୍କ କାର୍ଯ୍ୟ ଓ ରୋଗୀଙ୍କ ସେବା ଉପରେ ଗଦାଧର ଦେହୁରୀଙ୍କ ପରି ଜଣେ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟ କରି ଅରାବଳ ଗ୍ରାମ ପଂଚାୟତର କାହିଁକି ଅନ୍ୟ ଗ୍ରାମରେ ରୋଗୀ ମାନଙ୍କ ସେବା ତାଙ୍କ କର୍ମମୟ ଜୀବନରେ ୨୧ବର୍ଷ ଚାକିରୀ କରି ୧୯୯୮ ମସିହାରେ ଶ୍ରୀ ଦେହୁରୀ ଅରାବଳ ନୁତନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୧୯ ମସିହାରେ ଶ୍ରୀ ଦେହୁରୀ ନଭେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ । ଯାହାକି ଅରାବଳ ଗ୍ରାମର ଗ୍ରାମବାସୀ ମାନଙ୍କ ଗଦାଧରଙ୍କ ସେବା ଉପରେ ବକ୍ତବ୍ୟ ରଖିଥିଲେ । ସେ ଖାଲି ୪ର୍ଥ ଶ୍ରେଣୀ କର୍ମଚାରୀ ନଥିଲେ ୧୦ଟି ପଂଚାୟତର ଲୋକମାନଙ୍କ ପାଖରେ ଗଦାଭାଈ ନାମରେ ବେଶ ପରିଚିତ ଥିଲେ । ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଟିଏ ଆସିଲେ ଶ୍ରୀ ଦେହୁରୀ ସେମାନଙ୍କର ସେବା କରିବା ସହିତ ଭଲମନ୍ଦ ପଚାରି ବୁଝୁଥିଲେ । ଏହି ଅବସରରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାରେ ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନଙ୍କ ଆଖିରେ ଲୁହ ଭରି ଦେଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ଗଦାଧର ଦେହୁରୀଙ୍କୁ ମାନପତ୍ର ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଟି ସୁରେଶ ଚନ୍ଦ୍ର ଦାସ ଗଦାଭାଇ ସମ୍ପର୍କରେ ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ଗଦାଧର ମୋର ଡାହାଣ ହାତ ଥିଲା ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ନର୍ସ ଠାରୁ ଆରମ୍ଭ କରି ଶ୍ରୀମତୀ ଡଃ ଚିତ୍ରଲେଖା ମଲ୍ଲଙ୍କ ଆଖିରେ ଲୁହ ଭରି ଯାଇଥିଲା । ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଅରାବଳ ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଗଦାଧର ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବହୁ ଉପହାର ଶ୍ରୀ ଦେହୁରୀଙ୍କୁ ପ୍ରଦାନ କରିଥିଲେ । ସେହିପରି ଅରାବଳ ହାଇସ୍କୁଲ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା । ଅରାବଳ ଗ୍ରାମର ଗ୍ରାମବାସୀମାନେ ତାଙ୍କର ପ୍ରିୟ କର୍ମଚାରୀଙ୍କୁ ଅଶୃଳ ନୟରେ ଶ୍ରୀ ଦେହୁରୀଙ୍କୁ ବିଦାୟ ଦେଇଥିଲେ । ଅରାବଳ ଗ୍ରାମର ଗ୍ରାମବାସୀମାନଙ୍କ ପକ୍ଷରୁ ଏହି ବିଦାୟ କାଳୀନ ସଭା ଅନୁଷ୍ଟିତ କରାଯାଇଥିଲା ।
Report- G Das



